ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡାରେ ବସ୍ଷ୍ଟାଣ୍ଡରେ ଜଳି ଯାଇଛି ଏକ ଯାତ୍ରୀବାହୀ ବସ୍। ବସ୍ଟି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ବସ୍ଟିର ନାଁ ଚକାଡୋଳା । ଏହି ଘରୋଇ ଯାତ୍ରୀବାହୀ କଳାହାଣ୍ଡିରୁ ଆସି ଭୁବନେଶ୍ୱର ବସ୍ଷ୍ଟାଣ୍ଡରେ ଛିଡ଼ା ହୋଇଥିଲା।
ବସ୍କୁ ରଖିଦେଇ ଭିତରେ କର୍ମଚରୀ ଓ ଅନ୍ୟମାନେ ଶୋଇ ପଡିଥିଲେ। ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଯିବା ବସ୍ କର୍ମଚାରୀମାନେ ତୁରନ୍ତ ଗାଡ଼ିରୁ ଓହ୍ଲାଇ ଆସିଥିଲେ। ଏଥିରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ।
ଅନ୍ୟପକ୍ଷେ ବସ୍ ଜଳୁଥିବା ଦେଖି ପାଖରେ ଛିଡ଼ା ହୋଇଥିବା ଅନ୍ୟ ବସ୍ ଗୁଡ଼ିକୁ ସେଠାରୁ ବାହାର କରି ଦିଆଯାଇଥିଲା। ପରେ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା। ୨ଟି ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ବସଟିରେ କେମିତି ନିଆଁ ଲାଗିଲା ଜଣା ପଡ଼ିନାହିଁ।