ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ

ସୋର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝା଼ଡ଼ି ଛକ ନିକଟରେ ଏକ ପ୍ରବାସୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ଜଣ ଆହତ ହୋଇଛନ୍ତି।

ବସ୍‌ଟି ପଣ୍ଡିଚେରୀରୁ ପ୍ରବାସୀଙ୍କୁ ନେଇ ବିହାରର ପାଟନା ଯାଉଥିବାବେଳେ ଜାମୁଝା଼ଡ଼ି ଛକ ନିକଟରେ ବସ୍‌ଟି ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା।

ସମସ୍ତ ଆହତଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ

You might also like