୨ଟି ବସ୍ ମୁହାଁମୁହିଁ ଧକ୍କା; ୧୦ ଗୁରୁତର
ନବରଙ୍ଗପୁର : ଉମରକୋଟରେ ୨ଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା। ଏଥିରେ ୧୦ଜଣ ଗୁରୁତର ହୋଇଛନ୍ତି। ସରକାରୀ ବସ୍ ଓ ଘରୋଇ ବସ୍ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଓଏସଅାରଟିସି ବସ୍ ଉମରକୋଟରୁ ବ୍ରହ୍ମପୁର ଯାଉଥିଲା। ସେହିପରି ଜୟପୁରରୁ ରାଇଘର ଯାଉଥିଲା ଘରୋଇ ବସ୍ଟି। ଡାବୁଗାଁ ନିକଟ ଧାମନାଗୁଡ଼ାରେ ମୁହାଁମୁହିଁ ଧକ୍କା ହୋଇଥିଲା। ସମସ୍ତ ଅାହତ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।