ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ବସ୍‌

ରାୟଗଡ଼ା/ବଲାଙ୍ଗିର(ମନୋଜପାତ୍ର/ଘଟେଶ୍ୱର ମିଶ୍ର): ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ବୋଥିଆପଡ଼ା ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି କଲଭର୍ଟରେ ପିଟି ହୋଇ ରାସ୍ତାକଡ଼କୁ ଓଲଟି ପଡ଼ିବା ଯୋଗୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୯ଜଣ ଗୁରୁତର ଆହତ ହୋଇଛନ୍ତି।

୯ ଗୁରୁତରଙ୍କ ମଧ୍ୟରୁ ଜଣଙ୍କୁ MKCGକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତଙ୍କୁ ରାୟଗଡ଼ା ଜିଲ୍ଲାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ରଘୁନାଥ ନାମକ ଏହି ବସ୍‌ଟି ୪୦ରୁ ଅଧିକ ଯାତ୍ରୀଙ୍କୁ ଧରି ବଡ଼ମ୍ବା ନରସିଂହପୁରୁ ଜୟପୁର ଅଭିମୁଖେ ଯାଉଥିବା ବେଳେ ବୋଥିଆପଡ଼ା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

ସେହିପରି ବଲାଙ୍ଗିର-ଟିଟିଲାଗଡ ରାସ୍ତା ରତାଖଣ୍ଡି ମାମୁ ଢାବା ନିକଟରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ରାସ୍ତାକଡ଼କୁ‌ ଓଲଟି ପଡ଼ିବା ଯୋଗୁ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ରଘୁନାଥ ନାମକ ଏହି ବସ୍‌‌ଟି ୪୦ ଜଣ ଯାତ୍ରୀଙ୍କୁ ଧରି ସୁନାବେଡାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ମାମୁ ଢାବା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବସ୍‌ଟି ଓଲଟି ଯିବାପରେ ଯାତ୍ରୀ ମାନେ ତତ୍‌କ୍ଷଣାତ ବାହାରକୁ ବାହାରି ଆସିଥିଲେ। ତେବେ ୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ବଲାଙ୍ଗିର ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You might also like