ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ବସ୍‌କୁ ପଛପଟୁ ଧକ୍କା ଦେଲା ହାଇୱା

ବୌଦ୍ଧ(ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ଚାରିଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟିକୁ ପଛପଟୁ ହାଇୱା ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ଜଣ ଯାତ୍ରୀ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ସମୟରେ ମାଲକାନଗିରିରୁ ଭୁବନେଶ୍ୱର ଯାଉଥିବା ‘ସାଇରାମ’ ନାମକ ଏହି ଯାତ୍ରୀବାହୀ ବସ୍‌କୁ ପଛପଟୁ ହାଇୱା ଧକ୍କା ଦେଇଥିଲା। ଦୁର୍ଘଟଣା ସମୟରେ ବସ୍‌ରେ ପାଖାପାଖି ୪୦ଜଣ ଯାତ୍ରୀ ଥିଲେ। ୪୦ ଯାତ୍ରୀଙ୍କ ମଧ୍ୟରୁ ୪ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ଆହତ ୪ ଯାତ୍ରୀଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣାରେ ବସ୍‌ର ସାମ୍ନାପଟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି।

ଖବର ପାଇ, ହରଭଙ୍ଗା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ଅନ୍ୟପକ୍ଷେ, ଦୁର୍ଘଟଣା ପରେ ହାଇଓ୍ୱା ଗାଡ଼ି ସହ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁରୁଣା କଟକ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You might also like