ଭାରସାମ୍ୟ ହରାଇ ଓଲଟିଲା ବସ୍ : ଜଣେ ମୃତ, ୨୦ ଆହତ

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି) : ଟିଟିଲାଗଡ଼ରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ।  ସିନ୍ଧେକେଲା ଥାନା ଅନ୍ତର୍ଗତ ତୁରୁକଭଟା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି ଯାତ୍ରୀବାହୀ ବସ୍ । ଫଳରେ ଏହି ଦୁର୍ଘଟଣାରେ ଜଣେ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ପ୍ରାୟ ୨୦ରୁ ଅଧିକ ଆହତ ହୋଇଛନ୍ତି । ଖବର ପାଇବା ପରେ ସିନ୍ଧେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । 

ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ବସଟି ଭବାନୀପାଟଣାରୁ ରାଜଖରିଆର ଅଭିମୁଖେ ବାହାରିଥିଲା। ହେଲେ ଦିନ ପ୍ରାୟ ୩.୩୦ରେ ତୁରୁକଭଟା ନିକଟରେ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଯାତ୍ରୀ ଆଖି ବୁଜିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଆଗକୁ ଏହି ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ବର୍ତ୍ତମାନ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। 

 

You might also like