ଅସ୍ତରଙ୍ଗ ସମୁଦ୍ର କୂଳରେ ଲାଗିଲା ବୋଏ

କୋଣାର୍କ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ତଣ୍ଡାହର ସମୁଦ୍ରକୂଳରେ ଆଜି ସକାଳୁ ଗୋଟିଏ ବୋଏ ଲାଗିଥିବା ଦେଖିବାକୁ ମିଳିଛି। ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା। ପରେ ଜଣାପଡ଼ିଥିଲା ଏହା ବନ୍ଦରରେ ଲାଗିଥିବା ଏକ ବୋଏ।

ଏହାକୁ ବନ୍ଦରର ବିଭିନ୍ନ କାର୍ଯ୍ୟ ପାଇଁ ରଖାଯାଇଥାଏ। ଜାହାଜଗୁଡ଼ିକର ଦିଗ ନିରୂପଣରେ ସହଯୋଗ ସହ ଲଙ୍ଗର ପକାଇବା ଓ ସମୁଦ୍ରର ଢେଉ ନିୟନ୍ତ୍ରଣ କରିବା ଲାଗି ଏହାକୁ ବ୍ୟବହାର କରାଯାଇଥାଏ। ଅସ୍ତରଙ୍ଗରେ ଲାଗିଥିବା ବୋଏ କୌଣସି ଏକ ବନ୍ଦରରୁ ଭାସି ଆସିଥିବା ଅନୁମାନ କରାଯାଉଛି।

ଆଜି ସକାଳେ ଏହି ବୋଏଟି ତଣ୍ଡାହର ସମୁଦ୍ରକୂଳରେ ଭାସୁଥିଲା। ସ୍ଥାନୀୟ ଲୋକେ ଏହାକୁ ଦେଖି ରଶି ସାହାଯ୍ୟରେ କୂଳକୁ ଟାଣି ଆଣିଥିଲେ। ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଥିଲା। ଏହି ବୋଏକୁ ଜେସିବି ମେସିନ ସହାୟତାରେ ଉପରୁ ଅଣାଯିବ ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

You might also like