• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କୋରାପୁଟ: ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ କରିବାକୁ ଯୁବ ଇଂଜିନିୟର ପ୍ରୟାସ। ସୀମାରେ ମୁତୟନ ଯବାନଙ୍କ ଲାଗି ନିର୍ମାଣ କରିଛନ୍ତି ରୋବୋ ହେଲମେଟ୍ (ବୁଲେଟ୍ ପ୍ରୁଫ୍ ହେଲମେଟ୍)। ଯବାନଙ୍କ ଜୀବନ ବଂଚାଇବା ସହ ଶତ୍ରୁର ଉପସ୍ଥିତିର ସିଗନାଲ ଦେବ।

ଏହି ହେଲମେଟ୍  ଇଲେକ୍ଟ୍ରୋନିକ୍ସରେ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଥିବା କୋରାପୁଟର ଯୁବ ଇଂଜିନିୟର ଶିଶିର ମଲ୍ଲିକ ଏହି ହେଲମେଟ୍ ପ୍ରସ୍ତୁତ କରିଛନ୍ତି। ଏହାର ନାଁ ରଖିଛନ୍ତି ରୋବୋ ହେଲମେଟ୍ ଆସନ୍ତୁ ଦେଖିବା କଣ ରହିଛି ଏହି ହେଲମେଟ୍‌ରେ।

ସୀମାରେ ମୁତୟନ ଯବାନଙ୍କ ସୁରକ୍ଷା ଲାଗି ତୟାର ରୋବୋ ହେଲମେଟ୍। ହେଲମେଟ୍‌ରେ ରହିଛି ଅତ୍ୟାଧୁନିକ ବ୍ୟବସ୍ଥା:-

  • ଶତ୍ରୁର ଉପସ୍ଥିତି ନେଇ ସୂଚନା ଦେବ ଏହି ହେଲମେଟ୍।
  • ଏଥିରେ ଲାଗିଛି ଅତ୍ୟାଧୁନିକ ସେନ୍ସର। ହେଲମେଟ୍‌ର ଉପରେ ଲାଗିଛି ଏକ ଗନ୍।
  • ୩୬୦ ଡିଗ୍ରୀରେ ବୁଲିପାରି ଗୁଳିମାଡ଼ କରିବ ଏହି ବନ୍ଧୁକ।
  • କ୍ୟାମେରା, ଓ୍ୱାଇଫାଇ, ବ୍ଲୁଟୁଥ୍ ସଂଯୋଗ ମଧ୍ୟ ଏହି ହେଲମେଟରେ ରହିଛି।
  • ଲେଜର ମାଧ୍ୟମରେ ଶତ୍ରୁ ଆକ୍ରମଣ କଲେ ସହଜରେ ଏହା ଟାର୍ଗେଟକୁ ଠାବ କରି ଗୁଳି ବର୍ଷଣ କରିବ।
  • ହେଲମେଟ ମାଧ୍ୟମରେ ଜଣେ ଯବାନ ଅନ୍ୟ ଜଣେ ଯବାନଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇପାରିବ।

କରୋନା ସ୍ଥିତିରେ ଏଭଳି ଏକ ପ୍ରୟାସ କରିଛନ୍ତି ଯୁବ ଇଂଜିନିୟର ଶିଶିର। ଇଲେକ୍ଟ୍ରୋନିକ୍ସ ଡିଗ୍ରୀ ହାସଲ କରିଛନ୍ତି ଇଂଜିନିୟର ଶିଶିର ମଲ୍ଲିକ। ପାଠପଢା ସରିବା ପରେ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। ଏବେ ଚାକିରି ଛାଡ଼ି ଆସି ନିଜ ଅଂଚଳରେ ଏକ ଘରୋଇ ସଂସ୍ଥାରେ ନିୟୋଜିତ ହୋଇଛନ୍ତି। ଭବିଷ୍ୟତରେ ବୈଜ୍ଞାନିକ ହେବାକୁ ସେ ଇଚ୍ଛା ରଖିଛନ୍ତି।

ପୂର୍ବରୁ ମଧ୍ୟ ସେ କରୋନା ସ୍ଥିତିରେ ଅଟୋମେଟିକ ହ୍ୟାଣ୍ଡ ସାନିଟାଇଜର ନିର୍ମାଣ କରି ଚର୍ଚ୍ଚାକୁ ଆସିଥିଲେ।  ଆଉ ଏବେ ପ୍ରସ୍ତୁତ କରିଛନ୍ତି ରୋବୋ ହେଲମେଟ୍।  ଶିଶିରଙ୍କ ପ୍ରୟାସକୁ ନେଇ ଗର୍ବିତ ପରିବାର ଓ ପାଖ ପଡୋଶୀ।

Bullet-proof-helmet-is-made-by-odia-son-sisir-mallik
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories