ଗଞ୍ଜାମ: ସପ୍ତାହେ ପାଇଁ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ମାଣିତରା ପଞ୍ଚାୟତ ଶଟ୍ଡାଉନ ଘୋଷଣା କରିଛନ୍ତି ସରପଞ୍ଚ ଶାନ୍ତିଲତା ନାୟକ। ଜିଲ୍ଲାପାଳ କ୍ଷମତା ବଳରେ ସେ ପ୍ରଥମ କରି ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି।
ସଂକ୍ରମଣ ବ୍ୟାପିବା ଭୟକୁ ନେଇ ଶଟଡାଉନ ଘୋଷଣା କରାଯାଇଛି। ଗଂଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜାଣି ନିଜ ପଞ୍ଚାୟତକୁ ସୁରକ୍ଷିତ କରିବା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡ଼ିଛି।
ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ଏହି ଲକ୍ ଡାଉନ୍ ଜାରି ରହିବ। କେବଳ ଅତ୍ୟାବଶ୍ୟକ ଜିନିଷ ପତ୍ର ଆଣିବା ପାଇଁ କେବଳ ସକାଳ ୭ ଘଣ୍ଟା ଠାରୁ ଦିନ ୧୧ ଖୋଲା ରହିବ।