୯ଟି ଜିଲ୍ଲାରେ ବିଏସ୍‌ଏନ୍‌ଏଲ୍‌ ସେବା ସମ୍ପୂର୍ଣ୍ଣ ବନ୍ଦ

ଭୁବନେଶ୍ୱର: କଟକ ବିଏସ୍ଏନ୍ଏଲ୍ ଆଞ୍ଚଳିକ କାର୍ଯ୍ୟାଳୟରେ ଗତକାଲିର ଅଗ୍ନିକାଣ୍ଡ ପରେ ରାଜ୍ୟର ୯ଟି ଜିଲ୍ଲାରେ ବିଏସ୍ଏନ୍ଏଲ୍‌ର ସବୁ ପ୍ରକାର ସେବା ବନ୍ଦ ହୋଇଯାଇଛି। ମୋବାଇଲ, ଇଣ୍ଟରନେଟ୍ ଓ ବ୍ୟାଙ୍କିଙ୍ଗ୍ ଭଳି ଅତ୍ୟାବଶ୍ୟକ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବାରୁ ଲୋକେ ଅସୁବିଧାର ସମ୍ମଖୀନ ହୋଇଛନ୍ତି।

ସେହିଭଳି ବ୍ରଡ୍‌ବ୍ୟାଣ୍ଡ୍ ସର୍ଭିସ୍ ଫେଲ୍ କାରଣରୁ ବିଭିନ୍ନ ସରକାରୀ ଅଫିସରେ ବି ଅଟକିଛି କାମ। ଏପଟେ କିଛି ଅଞ୍ଚଳରେ ମୋବାଇଲ ସେବା ସ୍ବାଭାବିକ ହୋଇଥିବା ବେଳେ ଆଉ ଦିନେ ଦୁଇ ଭିତରେ ସମସ୍ୟାର ସମାଧାନ ହେବା ନେଇ ଆଶା ରଖିଛନ୍ତି ବିଏସଏନଏଲ କର୍ତ୍ତୃପକ୍ଷ।

You might also like