ବିଏସ୍‌ଏନ୍ଏ‌ଲ୍‌ ଦେଲା ଚାଞ୍ଚଲ୍ୟକର ତଥ୍ୟ, ରାଜ୍ୟରେ କେଉଁଠି ଅଛନ୍ତି ବଙ୍ଗ ଫେରନ୍ତା!

ଭୁବନେଶ୍ୱର: ରାଜ୍ୟରେ କେତେ ଅଛନ୍ତି ପଶ୍ଚିମବଙ୍ଗ ଫେରନ୍ତା ? ସେମାନଙ୍କ ଭିତରୁ କେତେ ସୁସ୍ଥ? କେତେ ଅଛନ୍ତି କରୋନା ପଜିଟିଭ୍? ବିଦେଶ ଓ ନିଜାମ୍ମୁଦ୍ଦିନ ଫେରନ୍ତାଙ୍କ ପରେ ଏବେ ବଙ୍ଗ ଫେରନ୍ତାଙ୍କୁ ନେଇ ଚିନ୍ତା। କାରଣ ମୋବାଇଲ୍ ଟ୍ରାକିଂ କରି ବିଏସ୍ଏନ୍ଏଲ୍ ପକ୍ଷରୁ ରାଜ୍ୟସରକାରଙ୍କୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ଏବେ ଅଛନ୍ତି ୨୯ଶହରୁ ଅଧିକ ବଙ୍ଗ ଫେରନ୍ତା। ଏମାନଙ୍କୁ ଯଥାଶୀଘ୍ର ଠାବ କରି କ୍ୱାରେଣ୍ଟିନରେ ରଖିବା ଏବଂ ସେମାନଙ୍କୁ ନମୁନା ସଂଗ୍ରହ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର  ହେଲେ ଏ ସମସ୍ତଙ୍କୁ ଠାବ କରିବା ଜିଲ୍ଲା ପ୍ରଶାସନ ପାଇଁ ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

ପଶ୍ଚିମବଙ୍ଗ ଲିଙ୍କରେ ଅଧିକ କୋଭିଡ୍ ପଜିଟିଭ୍ ଆସୁଥିବାରୁ ବଙ୍ଗ ଫେରନ୍ତାକୁ ଠାବ ପାଇଁ ମୋବାଇଲ୍ ଟ୍ରାକିଂକୁ ଅସ୍ତ୍ର କରିଛନ୍ତି। ଯେଉଁମାନେ ୨୫ ତାରିଖରେ ପଶ୍ଚିମବଙ୍ଗରେ ଥିଲେ ଏବଂ ତା ପରେ ଓଡ଼ିଶା ଆସିଛନ୍ତି ସେମାନଙ୍କ ମୋବାଇଲ୍ ନମ୍ବରକୁ ଟ୍ରାକ୍ କରି ବିଏସ୍ଏନ୍ଏଲ୍ ଦେଇଥିବା ତଥ୍ୟ ଭିତ୍ତିରେ ଆଗକୁ ବଢୁଛନ୍ତି। ସରକାର ଆଉ ଏହି ଅନୁଯାୟୀ ରାଜ୍ୟକୁ ଏପର୍ଯ୍ୟନ୍ତ ପ୍ରାୟ ୨୯ଶହ ବଙ୍ଗ ଫେରନ୍ତାଙ୍କ ସଂପର୍କରେ ସୂଚନା ମିଳିଛି। ସେ ଭିତରେ ବାଲେଶ୍ୱରକୁ ସର୍ବାଧିକ ୭୭୨ ଫେରିଥିବା ବେଳେ ଯାଜପୁରକୁ ଫେରିଛନ୍ତି ୩୨୯, ଖୋର୍ଦ୍ଧାକୁ ୨୫୩ ଓ ଭଦ୍ରକକୁ ଫେରିଛନ୍ତି ୨୪୨।

ତେବେ ସବୁଠୁ ବଡ଼ କଥା ହେଉଛି ବିଏସ୍ଏନ୍ଏଲ୍ ପକ୍ଷରୁ ବଙ୍ଗ ଫେରନ୍ତାଙ୍କ ଏ ତାଲିକାରେ ରହିଛି ୨୯ ଜିଲ୍ଲାର ନାଁ। ତେଣୁ ପ୍ରାୟ ସବୁ ଜିଲ୍ଲାରେ ବଙ୍ଗ ଫେରନ୍ତା ଥିବାରୁ ଚିନ୍ତିତ ରାଜ୍ୟ ସରକାର। ଏମାନଙ୍କୁ ଠାବ କରି କ୍ୱାରେଣ୍ଟାଇନ୍ ରଖିବା ଏବଂ ଯଥାସମ୍ଭବ ସେମାନଙ୍କ ସାମ୍ପୁଲ ଟେଷ୍ଟ କରିବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ତେବେ କୋରାପୁଟ ଜିଲ୍ଲାକୁ ଫେରିଥିବା ୪୩ ଜଣଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ମାତ୍ର ୨୧ ଜଣଙ୍କୁ ଠାବ କରାଯାଇପାରିଛି ଏବଂ ସେମାନଙ୍କ ଭିତରୁ ୧୬ ଜଣଙ୍କର ନମୁନା ସଂଗ୍ରହ କରାଯାଇଥିବା ସିଡିଏମ୍ଓ କହିଛନ୍ତି।

ପ୍ରଥମେ ବିଦେଶ ଫେରନ୍ତା, ତାପରେ ନିଜାମ୍ମୁଦ୍ଦିନ ଫେରନ୍ତା ଆଉ ଏବେ ପଶ୍ଚିମବଙ୍ଗ ଲିଙ୍କ୍। ରାଜ୍ୟରେ କୋଭିଡ୍ ବିରୋଧୀ ଲଢେଇ ପାଇଁ ନୂଆ ଚ୍ୟାଲେଞ୍ଜ ପାଲଟିଛି। ହେଲେ ଏବେ ପ୍ରଶ୍ନ କେତେ ସଫଳ ହେବ ରାଜ୍ୟ ସରକାରଙ୍କ ଏ ମୋବାଇଲ୍ ଟ୍ରାକିଂ ଷ୍ଟ୍ରାଟେଜି ? କାରଣ ଏବେ ପ୍ରାୟ ସବୁ ଜିଲ୍ଲାରେ ବଙ୍ଗ ଫେରନ୍ତାଙ୍କ ଉପସ୍ଥିତି  ଯେଉଁ  ୨୯୬୩ ଜଣଙ୍କ ତଥ୍ୟ ଆସିଛି ସେମାନେ କେବଳ ବିଏସ୍ଏନ୍ଏଲ୍ ଉପଭୋକ୍ତା ହେଲେ ଏହା ବାଦ୍ ଅନ୍ୟ ମୋବାଇଲ୍ ଉପଭୋକ୍ତା ବଙ୍ଗ ଫେରନ୍ତାଙ୍କ ସଂଖ୍ୟା କେତେ? ଯେଉଁମାନଙ୍କ ତଥ୍ୟ ମିଳିଛି ସେମାନଙ୍କୁ କେମିତି ଠାବ କରାଯିବ?

ଏତେ ଦିନ ଓଡ଼ିଶାରେ ରହିବା ପରେ ସେମାନଙ୍କ ଭିତରୁ କରୋନା ଆକ୍ରାନ୍ତଙ୍କ ଦ୍ୱାରା ଆଉ କେତେ ସଂକ୍ରମିତ ହୋଇଥିବେ? ଏସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କିଭଳି ହେବ ତାହା ବି ବର୍ତ୍ତମାନ ସ୍ଥିତିରେ ବଡ଼ ଚ୍ୟାଲେଞ୍ଜ ପାଲଟିଛି କାହିଁକିନା ଗଞ୍ଜାମ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଜିଲ୍ଲାକୁ ଫେରିଥିବା ୫୮ ଜଣଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ କେବଳ ୩୦ରୁ ୩୫ ଜଣଙ୍କ ମୋବାଇଲ୍ ଟ୍ରେସିଂ ହୋଇପାରିଛି। ତେବେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ବଙ୍ଗଫେରନ୍ତାଙ୍କ ସଂପୂର୍ଣ୍ଣ ସୂଚନା ପାଇଁ ଉଦ୍ୟମ ଚାଲିଛି।

ଆହୁରି ପଢ଼ନ୍ତୁ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

You might also like