ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍‌ରୁ BSF ଯବାନ ଫେରାର

ନବରଙ୍ଗପୁର: ନବରଙ୍ଗପୁର ପଲିଟେକନିକ୍‌ ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍(TMCs)ରୁ ଜଣେ ବିଏସ୍ଏଫ୍ ଯବାନ ଫେରାର ହୋଇ ଯାଇଛନ୍ତି। ଫେରାର ଯବାନଙ୍କ ଘର ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ବୋଲି ସୂଚନା ମିଳିଛି।

ଗତ ୨୪ ତାରିଖରେ ଯବାନ ଜଣକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ୩୦ ତାରିଖରେ ସୁସ୍ଥ ହେବା ପରେ ମଧ୍ୟ ତାଙ୍କୁ ଟିଏମ୍‌ସିରେ ରଖାଯାଇଥିଲା। ଏହାପରେ ଯବାନ ଜଣଙ୍କ ୧୦ ତାରିଖରୁ ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍‌ରୁ ଫେରାର ଥିବା ସୂଚନା ମିଳିଛି।

ଏନେଇ ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଛି।

You might also like