ମାଟ୍ରିକ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍‌ ଅଭିଯୋଗକୁ ବୋର୍ଡ ସଭାପତିଙ୍କ ଖଣ୍ଡନ

ବିଚଳିତ ନହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷାରେ ଆଜି ମଧ୍ୟ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲାରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ଆସିଛି।

ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ସୋଶାଲ୍‌ ମିଡିଆରେ ଇଂରାଜୀ ପ୍ରଶ୍ନପତ୍ର ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ପ୍ରଥମ ଦିନରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ତାର ପୁନରାବୃତ୍ତି ଯେପରି ନ ହେବ ସେ ନେଇ ବ୍ୟବସ୍ଥା କରାଯିବ ବୋଲି ବୋର୍ଡ କହିଥିଲା।

ତେବେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ଖବରକୁ ବୋର୍ଡ ସଭାପତି ଜାହାନ୍ ଆରା ବେଗମ୍ ଖଣ୍ଡନ କରିଛନ୍ତି। ବୋର୍ଡର ପ୍ରଶ୍ନପତ୍ର ଏବଂ ଭାଇରାଲ୍ ପ୍ରଶ୍ନପତ୍ର ସମ୍ପୂର୍ଣ୍ଣ ଭାବେ ଅଲଗା। ତେଣୁ କୌଣସି ପ୍ରକାରରେ ପ୍ରଶ୍ନପତ୍ର ଭାଇରାଲ୍ ହୋଇନାହିଁ ବୋଲି ସଭାପତି କହିଛନ୍ତି। ଗଣମାଧ୍ୟମରେ ପ୍ରସାରିତ ହେଉଥିବା ପ୍ରଶ୍ନପତ୍ର ସହ ମୂଳ ପ୍ରଶ୍ନପତ୍ର ମେଳ ଖାଉନାହିଁ।

କିଛି ଲୋକ ଜାଣିଶୁଣି ଏପରି ବଦମାସୀ କରିଥିବା ସେ କହିଛନ୍ତି। ଛାତ୍ରଛାତ୍ରୀ ଓ ଅଭିଭାବକ ବିଚଳିତ ନହୋଇ ପରୀକ୍ଷା ଉପରେ ଧ୍ୟାନ ଦେବାକୁ ବୋର୍ଡ ସଭାପତି ପରାମର୍ଶ ଦେଇଛନ୍ତି।

 

You might also like