• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ବାତିଲ। CBSE/ ICSE ପରେ ରାଜ୍ୟ ବୋର୍ଡ ବାତିଲ ନେଇ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। କରୋନା ସଂକ୍ରମଣ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଏହାସହ ମଦ୍ରାସା ପରୀକ୍ଷାକୁ ମଧ୍ୟ ସରକାର ବାତିଲ କରିଛନ୍ତି। ବୋର୍ଡର ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ପରୀକ୍ଷା ଫଳ ଘୋଷଣା ହେବ। ରେଜଲ୍ଟକୁ ନେଇ ଅସହମତି ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ପରୀକ୍ଷା ହେବ। କରୋନା ସ୍ଥିତିକୁ ଦେଖି ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି।

ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ। ଦଶମ ଶ୍ରେଣୀ ପରୀକ୍ଷା ବାତିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ  ଛାତ୍ରଛାତ୍ରୀ ଭେଟିଥିଲେ। ଆଜି ରାଜଧାନୀର ବିଭିନ୍ନ ସ୍କୁଲର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ନବୀନ ନିବାସ ଯାଇ ପରୀକ୍ଷା ବାତିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲେ।

ପରେ ଛାତ୍ରଛାତ୍ରୀମାନେ ଫରେଷ୍ଟ ପାର୍କ ନିକଟରେ ଧାରଣାରେ ବସିଥିଲେ। ତେବେ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇ ଜଣାଇବେ ବୋଲି ପ୍ରତିଶ୍ରୁତି ମିଳିବା ପରେ ଛାତ୍ରଛାତ୍ରୀଙ୍କ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହା ପୂର୍ବରୁ ଛାତ୍ରଛାତ୍ରୀମାନେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଭେଟି ଦାବି ଜଣାଇଥିଲେ। ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ହେବ କି ନାହିଁ, ଯଦି ହେବ ଅଫ୍‌ଲାଇନ୍‌ରେ ନା ଅନ୍‌ଲାଇନ୍‌ରେ ସେ ନେଇ ସରକାର ଦ୍ୱନ୍ଦ୍ୱ ଦୂର କରିବାକୁ ଛାତ୍ରଛାତ୍ରୀ ଦାବି କରିଥିଲେ।

ପୂର୍ବରୁ କଣ କହିଥିଲେ ଗଣଶିକ୍ଷା ମନ୍ତ୍ରୀ?
ମାଟ୍ରିକ ପରୀକ୍ଷା ବାତିଲ ପାଇଁ ଛାତ୍ରଛାତ୍ରୀ ଦାବି କରିବା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ ଯେ ପ୍ରମୁଖ ସଚିବ ଆଇସୋଲେସନରେ ଅଛନ୍ତି। ସମୀକ୍ଷା କରି ନିଷ୍ପତ୍ତି ହେବ। ମୋତେ ବି ପିଲା ଭେଟିଛନ୍ତି। ବାତିଲ ହେବ ନା ନାହିଁ ତର୍ଜମା ଚାଲିଛି। ବାତିଲ ହେଲେ କେମିତି ମାର୍କ ଦିଆଯିବ, ସମୀକ୍ଷା କରାଯାଉଛି ସରକାର ଏନେଇ ଖୁବଶୀଘ୍ର ନିଷ୍ପତ୍ତି ନେବେ। 
Bse-10th-exam-may-be-cancelled-for-corona-pandemic
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories