କଦଳୀ କାନ୍ଧି ଭିତରେ ହେଉଛି ବ୍ରାଉନ୍ ସୁଗର ଚାଲାଣ

ପଟ୍ଟାମୁଣ୍ଡାଇ: ବ୍ରାଉନ୍ ସୁଗର ଚାଲାଣର ଅଭିନବ ପନ୍ଥା। କଦଳୀ କାନ୍ଧି ଭିତରେ ହେଉଛି ବ୍ରାଉନ୍ ସୁଗର ଚାଲାଣ। ଏମିତି କିଛି ଦୃଶ୍ୟ କ୍ୟାମେରାରେ କଏଦ ହେବାପରେ ପୂରା ଘଟଣା ସାମ୍ନାକୁ ଆସିଛି।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ସାପ୍ତାହିକ ହାଟ ବେଳେ କଦଳୀ ବୋଝେଇ ଗାଡ଼ିରେ ଏଭଳି ଅଭିନବ ଢଙ୍ଗରେ  ବ୍ରାଉନ ସୁଗର ଚାଲାଣ ହେଉଥିବା ନଜର ଆସିଛି। ଏହି ବ୍ରାଉନ୍ ସୁଗର କଟକରୁ ରାଜନଗର ଆସିଥାଏ ବୋଲି ଜଣାପଡ଼ିଛି। ସବୁଠୁ ବଡ଼ କଥା ହେଉଛି ଛାତ୍ରମାନେ ଏଭଳି ବ୍ରାଉନ ସୁଗର ଚାଲାଣରେ ସମ୍ପୃକ୍ତ ଅଛନ୍ତି ବୋଲି ସୂଚନା ମିଳିଛି।

ରାଜନଗରରେ ଏହି ବ୍ରାଉନ ସୁଗର କାରବାର ବେଧଡ଼କ ଭାବେ ଚାଲିଛି। ତେବେ ଏନେଇ ପୁଲିସ୍‌ ପାଖରେ କୌଣସି ଖବର ନାହିଁ ନା ଜାଣିଶୁଣି ପୁଲିସ୍‌ ଚୁପ୍‌ ବସିଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

You might also like