ଭୁବନେଶ୍ୱର ପାଲଟିଛି କି ନିଶା କାରବାରର ପେଣ୍ଠସ୍ଥଳ ? ଲକ୍ଷାଧିକ ଟଙ୍କାର ଗଞ୍ଜେଇ, ବ୍ରାଉନ ସୁଗର୍‌ ଜବତ

ଭୁବେନେଶ୍ୱର: ରାଜଧାନୀ ଭୁବନେଶ୍ୱର ପାଲଟିଛି କି ନିଶା କାରବାରର ପେଣ୍ଠସ୍ଥଳ ? ଆଜି ଗୋଟିଏ ଦିନରେ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଓ ୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗର୍‌ ଜବତ ହେବାପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଭୁବନେଶ୍ୱର-ଖୋର୍ଦ୍ଧା ରୋଡ୍ ଗୋଡ଼ିପଡ଼ା ଟୋଲ୍‌ଗେଟ୍‌ ନିକଟରୁ ୭ କ୍ୱିଣ୍ଟାଲ୍‌ ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ। ଏକ ଟ୍ରକ୍‌ରେ ନଡ଼ିଆ କତା ଭିତରେ ଲୁଚାଯାଇ ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା। ଟ୍ରକ୍‌ଟି ଆନ୍ଧ୍ରପ୍ରଦେଶରୁ ଭାୟା ଭୁବନେଶ୍ୱର ଦେଇ ବାଲେଶ୍ୱର ଅଭିମୁଖେ ଯାଉଥିବା ବାଟରେ ଗୋଡ଼ିପଡ଼ା ଟୋଲ୍‌ଗେଟ୍‌ ନିକଟରେ ଧରାପଡ଼ିଥିଲା। ଏହି ଘଟଣାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ଟ୍ରକ୍‌ ଜବତ କରିଛି।

ସେହିପରି ଭୁବନେଶ୍ୱର ଉପକଣ୍ଠ ପାହାଳରୁ ୩୦୦ ଗ୍ରାମର ବ୍ରାଉନ୍‌ ସୁଗର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା। ଜଳେଶ୍ୱର ଓ ଭୁବନେଶ୍ୱରର ବେପାରୀଙ୍କୁ ପିଛା କରି କୁଇକ୍ ଆକ୍ସନ ଟିମ୍ ଏହି ବ୍ରାଉନ୍‌ ସୁଗର ଜବତ କରିଛି।

ଆହୁରି ପଢ଼ନ୍ତୁ

ତୀର ମାଡ଼ରେ ଯୁବକଙ୍କ ମୃତ୍ୟୁ

ପିଜି ପ୍ରବେଶିକା ପରୀକ୍ଷାର ସମୟସାମା ଦୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

You might also like