ଜବତ ହେଲା ୩ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଝାଡ଼େଶ୍ୱର ବସ୍ତିରୁ ପ୍ରାୟ ୨୩ ଗ୍ରାମ୍‌ର ବ୍ରାଉନ୍‌ ସୁଗାର ଜବତ ହୋଇଛି। ଏହି ଘଟଣାରେ ପଡ଼ୋଶୀ ପଶ୍ଚିମବଙ୍ଗରୁ ପୁଲିସ୍‌ ଜଣେ ଯୁବକଙ୍କୁ ଗିରଫ କରିଛି। ଜଳେଶ୍ୱରର ଝାଡ଼େଶ୍ୱର ବସ୍ତିରେ ବ୍ରାଉନ୍‌ ସୁଗାର ବେପାର ଚାଲୁଥବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା।

ଏହାକୁ ନେଇ ଅବକାରୀ ବିଭାଗ ବସ୍ତିରେ ଚଢ଼ଉ କରି ଯୁବକଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍‌ ସୁଗାରର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ।

You might also like