୧ କୋଟି ୩୦ ଲକ୍ଷ ମୂଲ୍ୟର ବ୍ରାଉନ୍‌ସୁଗାର ଜବତ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଶହେ କି ଦୁଇ ଶହ ଗ୍ରାମ ନୁହେଁ, ଜବତ ହେଲା ୧ କିଲୋ ୩୨୫ ଗ୍ରାମର ଧଳା ଜହର। ବାଲେଶ୍ୱରରୁ ଗିରଫ ବ୍ୟବସାୟୀଙ୍କଠୁ ଜବତ ହୋଇଛି ଏହି ବ୍ରାଉନସୁଗାର। ଜବତ ବ୍ରାଉନ୍‌ସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ହୋଇଥିବା ଜଣାପଡ଼ିଛି। ଗିରଫ ବ୍ୟବସାୟୀଙ୍କୁ ଭୁବନେଶ୍ୱର ଆଣି କ୍ରାଇମବ୍ରାଞ୍ଚ STF ଟିମ୍ ପଚରାଉଚରା କରୁଛି। ଏତେ ପରିମାଣର ବ୍ରାଉନସୁଗାର କେଉଁଠୁ ଆସିଲା ? କାହାକୁ ଏହା ବିକ୍ରି ହୋଇଥାନ୍ତା ? ଏହାପଛରେ ଆଉ କିଏ କିଏ ସାମିଲ ? ଏହା ପଛର କିଙ୍ଗପିନ୍‌କୁ ଖୋଜୁଛି କ୍ରାଇମବ୍ରାଞ୍ଚ STF।

ତେବେ ସବୁଠାରୁ ବଡ଼ କଥା ହେଲା ଏହି ବ୍ରାଉନ୍‌ସୁଗର ବ୍ୟବସାୟୀ ଜଣକ ହେଲେ ଜଣେ MBA ଛାତ୍ର। ତାଙ୍କ ନାଁ ସେକ୍ ରିୟାଜୁଦ୍ଦିନ୍। ପଢ଼ିବା ସହିତ ନିଶା ସମ୍ରାଜ୍ୟ ବି ଚଳାଇଥିଲେ।  ବାଲେଶ୍ୱର ବସ୍‌ଷ୍ଟାଣ୍ଡରେ ବିକ୍ରି କରୁଥିଲେ ବ୍ରାଉନ୍‌ସୁଗାର। ଏତିକିବେଳେ ମାଡ଼ିବସିଲା କ୍ରାଇମ୍ ବ୍ରାଞ୍ଚ। ବାଲେଶ୍ୱରରୁ ଭୁବନେଶ୍ୱର ଆଣି ପଚରା ଉଚରା କରିବା ବେଳେ ବ୍ରାଉନ ସୁଗାର ଲିଙ୍କର STF ଅନେକ ତଥ୍ୟ ପାଇଛି । ତେବେ ଆବଶ୍ୟକ ପଡ଼ିଲେ ସଂପୃକ୍ତ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ STFର ଏସ୍ପି କହିଛନ୍ତି।

ଗତକାଲି ବାଲେଶ୍ୱର ସହରରୁ ବ୍ୟବସାୟୀକୁ ଗିରଫ କରିଥିଲା ଭୁବନେଶ୍ୱର ଏସଟିଏଫ୍ ଟିମ୍। ଗିରଫ ବ୍ୟକ୍ତି ଜଣଙ୍କ ସହରର ବସଷ୍ଟାଣ୍ଡ ଅଞ୍ଚଳର ବ୍ୟବସାୟୀ। ସେ କେଉଁ ଭଳି ଭାବେ ଏତେ ପରିମାଣର ବ୍ରାଉନ୍‌ସୁଗାର ରଖିଥିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଗତ କିଛି ବର୍ଷରେ ବାଲେଶ୍ୱରରୁ ଭୁବନେଶ୍ୱର ଯାଏ ଧଳା ଜହର କାରବାର ସକ୍ରିୟ ହୋଇଛି। ପଶ୍ଚିମବଙ୍ଗରୁ ବ୍ରାଉନ୍‌ସୁଗାର ବାଲେଶ୍ୱର ଦେଇ ଖୋର୍ଦ୍ଧା ଜିଲ୍ଲାକୁ ଆସୁଛି। ତେବେ ଏହି ବ୍ୟବସାୟୀ ପଛରେ କିଛି ପୋଲିସ୍ ଅଧିକାରୀଙ୍କ ସଂପୃକ୍ତି ଥିବା ଘଟଣା ସାମ୍ନାକୁ ଆସିଛି। ଏନେଇ ବାଲେଶ୍ୱର ଜଳେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁଙ୍କୁ ସଂପୃକ୍ତି ନେଇ ତାଙ୍କୁ ନିଲମ୍ବିତ କରିଛନ୍ତି ଡିଜିପି।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like