ରାଜଧାନୀରୁ ଜବତ ହେଲା ବିପୁଳ ଧଳା ଜହର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଜବତ ହୋଇଛି ବିପୁଳ ପରିମାଣର ଧଳା ଜହର। କ୍ରାଇମବ୍ରାଞ୍ଚ ଏସଟିଏଫ ଖଣ୍ଡଗିରି ଛକରୁ ଏହାକୁ ଜବତ କରିଛି। ଜବତ ବ୍ରାଉନସୁଗରର ଦାମ ୧ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

୨ ଜଣ ବ୍ୟକ୍ତି ବାଇକ୍‌ରେ ବ୍ରାଉନସୁଗର ନେଇ ଯାଉଥିଲା।   ଖବର ପାଇ STF ସେମାନଙ୍କୁ ଖଣ୍ଡଗିରି ଛକରୁ ଧରିଥିଲା।  ଦୁଇ ବେପାରୀଙ୍କୁ ଗିରଫ କରିବା ସହ ଉକ୍ତ ବାଇକକୁ ଜବତ କରିଛି STF ।

ଏହି ଘଟଣା ପରେ ରାଜଧାନୀରେ ବ୍ରାଉନସୁଗର କାରବାର ବଡ ରାକେଟ କାମ କରୁଛି ତାହା ସ୍ପଷ୍ଟ ହୋଇଛି। ଏହି ଘଟଣାରେ ପଶ୍ଚିମବଙ୍ଗ ଲିଙ୍କ୍ ଥିବା ସୂଚନା ମିଳିଛି । ମୁର୍ସିବାଦରୁ ଧଳା ଜହର ଓଡିଶାକୁ ଚାଲାଣ ହେଉଛି । ଲକଡାଉନ କଟକଣା ଯୋଗୁ ଧଡପଗଡ ଟିକେ କୋହଳ ଥିବାରୁ ମାଫିଆମାନେ ଏହି ସମୟରେ ଭିତିରିଆ କାରବାର ଚଳାଉଥିବା ଜଣାଯାଇଛି।

You might also like