ପୁଣି ରାଜଧାନୀରୁ ଧରାପଡିଲା ଧଳା ଜହର

ବ୍ରାଉନସୁଗାର କାରବାର ପଛରେ ଏକାଧିକ ଅଟୋ ଚାଳକ

ଭୁବନେଶ୍ୱର : ପୁଣି ରାଜଧାନୀରୁ ଧରାପଡିଲା ଧଳା ଜହର। ବ୍ରାଉନ୍‌ସୁଗାର କାରବାର ପଛରେ ଏକାଧିକ ଅଟୋ ଚାଳକ ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ଇନ୍ଦ୍ରଧନୁ ମାର୍କେଟ ସ୍ଥିତ ଜନଗହଳି ସ୍ଥାନରେ ବ୍ରାଉନସୁଗାର ବିକ୍ରି କରୁଥିଲା ବେଳେ ପ୍ରାୟ ୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଥିଲା ଅବକାରୀ ବିଭାଗ।

୨ ଜଣ ଅଟୋ ଚାଳକ ଗିରଫ ହୋଇଛନ୍ତି। ବାପୁ ନାମକ ଜଣେ ଅଟୋ ଚାଳକ ଏହି ରାକେଟ୍‌ ଚଳାଉଥିବା ଜଣାପଡିଛି। ଖୋର୍ଦ୍ଧାରୁ ବ୍ରାଉନ୍‌ ସୁଗାର ଅାଣି ବାପୁ ନିଜେ ବିକିବା ସହ ଅନ୍ୟ ଅଟୋ ଚାଳକ ମାନଙ୍କୁ ମଧ୍ୟ ବିକ୍ରି କରିବାକୁ ଦେଇଥାଏ। ପ୍ରତି ପୁଡିଅା ବାବଦକୁ ୨୦ ଟଙ୍କା କମିଶନ ସହ ଦିନକୁ ୧୫୦ ଟଙ୍କା  ଅଟୋ ଚାଳକ ମାନଙ୍କୁ ଦିଅାଯାଉଥିଲା। କିଛିଦିନ ତଳେ ସାଲିଅାସାହିରୁ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିଲା।

You might also like