ରାଜଧାନୀରୁ ପୁଣି ବ୍ରାଉନ ସୁଗର ଜବତ: ୨ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ପୁଣି ବ୍ରାଉନ ସୁଗର ଜବତ ହୋଇଛି। ଭୁବନେଶ୍ୱର ଝାରପଡ଼ା ଓଭରବ୍ରିଜ୍ ନିକଟରୁ ୬୪ ଗ୍ରାମ୍‌ ଓଜନର ବ୍ରାଉନ ସୁଗର ଜବତ ହୋଇଛି।

ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ କୁଇକ୍ ଆକ୍ସନ ଟିମ୍ ଓ ଲକ୍ଷ୍ମୀସାଗର ପୁଲିସ୍ ମିଳିତ ଭାବେ ଚଢ଼ାଉ କରି ବ୍ରାଉନ୍ ସୁଗର ଜବତ କରିଛି। ଏଥିରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୨ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଲଖିଆ ବିନ୍ଧାଣୀ ହୋଇଥିବା ବେଳେ ଅନ୍ୟ ଜଣେ ହଳଦୀପଡ଼ିଆ ବସ୍ତିର ବେଣୁଧର ଦାସ ବୋଲି ପୁଲିସ୍ ସୂଚନା ଦେଇଛି।

 

You might also like