ରାଜଧାନୀରୁ ପୁଣି ବ୍ରାଉନ୍‌ ସୁଗାର ଜବତ; ୨ ଗିରଫ

ଭୁବନେଶ୍ୱର:ରାଜଧାନୀରୁ ପୁଣି ବ୍ରାଉନ୍‌ ସୁଗାର ଜବତ ହୋଇଛି। ଲକ୍ଷ୍କୀସାଗର ଥାନା ପୁଲିସ୍‌ ହଳଦୀପଡ଼ିଆ ବସ୍ତିରେ ଚଢ଼ଉ କରି ୩୬ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ପୁଲିସ୍‌ ଏକ ବାଇକ୍‌ ମଧ୍ୟ ଜବତ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ପ୍ରଦୀପ ପ୍ରଧାନ ଓ ବାବୁ ଓରଫ ରବିନ୍ଦ୍ର ପ୍ରଧାନ। ନିୟମିତ ଭାବେ ଭୁବନେଶ୍ୱରରୁ ବ୍ରାଉନ୍‌ ସୁଗାର ଜବତ ହେଉଥିବାର ଦେଖାଯାଉଛି। ଏପରି ଲାଗୁଛି, ସତେ ଯେମିତି ରାଜଧାନୀ ଡ୍ରଗ୍ସ କାରବାରର ପେଣ୍ଠସ୍ଥଳ ପାଲଟି ଯାଇଛି।

 

ଆହୁରି ପଢ଼ନ୍ତୁ

You might also like