ରାଜଧାନୀରୁ ପୁଣି ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର: ଲକ୍ଷ୍ମୀସାଗରର ହଳଦୀପଡ଼ିଆ ବସ୍ତିରେ କଟକର ଅବକାରୀ ବିଭାଗ ଚଢ଼ଉ କରି ବ୍ରାଉନ୍‌ସୁଗାର ଜବତ କରିଛି। ଏହି ନିଶା ଦ୍ରବ୍ୟର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଛି।

ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଅନ୍ୟ ଦୁଇଟି ସ୍ଥାନରେ ଚଢ଼ଉ କରିଛି। ଖୋର୍ଦ୍ଧା ଜିଲ୍ଲା ନୂଆ ଗାଁ ଓ କଟକର ଗାନ୍ଧି ନଗରରୁ ବ୍ରାଉନ୍‌ସୁଗାର ସହିତ ୮ କେଜି ଗଂଜେଇ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।

You might also like