ପୁରୀରୁ ୨୭ ଲକ୍ଷ ଟଙ୍କାର ଧଳା ଜହର ଜବତ

ପୁରୀ: ପୁରୀ ବାସେଳି ସାହି ଥାନା ପୋଲିସ ନିଶା କାରବାର କରୁଥିବା ଏକ ବଡ଼ ଧରଣର ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି। ମଙ୍ଗଳାଘାଟ ଛକ ନିକଟରେ ଗାଡି ମୋଟର ଯାଞ୍ଚ କରିବା ବେଳେ ଏକ କଳା ରଙ୍ଗର ପଲ୍ସର ଓ ଏକ ଟାଟା ସଫାରି ପୁରୀ ଅଭିମୁଖେ ଆସୁଥିଲା। ସେହି ଗାଡିକୁ ଅଟକାଇ ଯାଞ୍ଚ ବେଳେ ସେଥିରୁ ୨୭୩ ଗ୍ରାମ ବ୍ରାଉନ ସୁଗାର ମିଳିଥିଲା। ଯାହାର ଦାମ୍ ୨୭ ଲକ୍ଷ ଟଙ୍କାରୁ ଅଧିକ ହେବ। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ସହରର ଅନୀଲ ବରାଳ, କୃଷ୍ଣଚନ୍ଦ୍ର ଭୁଜବଳ, ସୋମନାଥ ଭୁଜବଳ, ପୁରୀ ନରେନ୍ଦ୍ର କୋଣ ଅଞ୍ଚଳର ବାବୁନା ନାୟକ, ପୁରୀ ସଦର ଥାନା ଅଧୀନ ଖଣ୍ଡିଆବନ୍ଧ, ବାରବାଟୀର ବଳରାମ ଭୋଇ ଓ ପୁରୀ ଗୋଖା ସାହିର ବାବୁନା ବେହେରା। ଅଭିଯୁକ୍ତ ଅନୀଲ ବରାଳ ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି ଜବତ କରିଛି ପୋଲିସ।

You might also like