• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଆଜି ରାଜ୍ୟର ଦୁଇଟି ସ୍ଥାନରୁ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗର ଜବତ କରାଯାଇଛି। ରାଜଧାନୀ ଭୁବନେଶ୍ୱରରୁ ବ୍ରାଉନ୍‌ସୁଗର ଜବତ କରାଯାଇଥିବା ବେଳେ ଯାଜପୁରରୁ ମଧ୍ୟ ବ୍ରାଉନ୍‌ସୁଗର ଜବତ ହୋଇଛି।

ଭୁବନେଶ୍ୱରର ହଳଦୀପଡ଼ିଆ ବସ୍ତିରୁ ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ୍‌ ଚଢ଼ାଉ କରି ୪୫ ଗ୍ରାମ ବ୍ରାଉନସୁଗର ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଜବତ ବ୍ରାଉନସୁଗରର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ସେହିପରି କଟକ ଫ୍ଲାଇଂ ସ୍କ୍ୱାଡ୍‌ ଓ ଯାଜପୁର ଅବକାରୀ ବିଭାଗ ମିଳିତ ଚଢ଼ାଉ କରି ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳରୁ ୯୦ ଗ୍ରାମ୍‌ର ବ୍ରାଉନସୁଗର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କା ହେବବୋଲି ଜଣାପଡ଼ିଛି। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି।

Brown-sugar-seized-3-arrested-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories