• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ରାଜଧାନୀ ପାଲଟିଲାଣି ବ୍ରାଉନ୍‌ ସୁଗାରର ପେଣ୍ଠସ୍ଥଳୀ। ଆଜି ଅବକାରୀ ବିଭାଗ ପ୍ରାୟ ୭୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବ୍ରାଉନ୍‌ସୁଗାର ସବ୍‌ଡିଲର ହୋଇଥିବା ବେଳେ ଅନ୍ୟ ଜଣେ ବ୍ରାଉନସୁଗାର ବେପାରୀ।

ସବ୍‌ଡିଲର ଟୁକୁନା ଦାସ ଖୋର୍ଦ୍ଧା ଅଞ୍ଚଳର ଜଲେଶ୍ୱରରୁ ବ୍ରାଉନ୍‌ସୁଗାର ଆଣି ବ୍ୟବସାୟ କରୁଥିଲା। ସେ ଖଣ୍ଡଗିରି ଅଞ୍ଚଳରେ ଏକ ହୋଟେଲରେ ୱେଟର ଭାବେ କାମ କରୁଥିଲା। ପୂର୍ବରୁ ଅବକାରୀ ବିଭାଗ ସାଲିଆ ସାହିରୁ ୧୯ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଥିଲା।

ସେହିପରି ଗତ ସପ୍ତାହରେ ୭ଲକ୍ଷ ଓ ଆଜି ୧୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି ଅବକାରୀ ବିଭାଗ।  ସେହିପରି କମିଶନରେଟ୍‌ ପୁଲିସ ମଧ୍ୟ ଅନେକ ଥର ବ୍ରାଉନ୍‌ସୁଗାର ଜବତ କରିଛି। ଦୁଇ ସପ୍ତାହ ଭିତରେ ପୁଲିସ ଓ ଅବକାରୀ ବିଭାଗ ରାଜଧାନୀରୁ ଧରିଲେଣି ୫୦ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର।

Brown-sugar-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories