ଜେଲ୍ ଭିତରେ ଚାଲିଛି ଧଳା ଜହରର କାରବାର
ଭୁବନେଶ୍ୱର: ଜେଲ୍ ଭିତରେ କଟକଣା ଭିତରେ ବି ଚାଲିଛି ଧଳା ଜହରର କାରବାର । ଲୁଚାଛପାରେ ବି ନୁହେଁ, ଜେଲର ଚାରି କାନ୍ଥ ଭିତରେ ଖୁଲମଖୁଲା ବସୁଛି ବ୍ରାଉନସୁଗାର ହାଟ । ଏମିତି ଅଭିଯାଗ ଆସିଛି ଖୋର୍ଦ୍ଧା ଜେଲ୍ରୁ। ଏହି ଜେଲ୍ ଭିତରେ ପ୍ରତିଦିନ ଏଭଳି ବେଧଡକ୍ ଭାବେ ଧଳା ଜହରର କଳା କାରବାର ଚଳାଇଛନ୍ତି ଅନ୍ତେବାସୀ ।
କେବଳ ବିକ୍ରି ହେଉଛି, ତା ନୁହେଁ। କଏଦୀ ମାନେ ଏସବୁ ଖୋଲାଖୋଲି ସେବନ ମଧ୍ୟ କରୁଛନ୍ତି । ବ୍ରାଉନ୍ସୁଗର ସହ ଗଞ୍ଜେଇ, ସିଗାରେଟ୍ ଭଳି ସବୁ ପ୍ରକାର ମାଦକ ଦ୍ରବ୍ୟର କାରବାର ହେଉଛି ଏହି ଜେଲ୍ ଭିତରେ । ଏଥିପାଇଁ ସେମାନଙ୍କର କାହାକୁ ଡର ଭୟ ବି ନାହିଁ ।
ଜେଲ୍ କର୍ତ୍ତୃପକ୍ଷ ସବୁ ଜାଣି ଚୁପ୍ ରହୁଥିବା ଅଭିଯୋଗ ହେଉଛି । ସବୁଠୁ ବଡ଼ କଥା ହେଉଛି, ଖୋର୍ଦ୍ଧା ଜେଲ୍ ଭିତରେ ମାଳ ମାଳ ମୋବାଇଲ ବ୍ୟବହାର ମଧ୍ୟ ହେଉଛି । ମନଇଚ୍ଛା ଗପୁଛନ୍ତି ଅନ୍ତେବାସୀ । ତେବେ ଜେଲ୍ ଭିତରକୁ ଏଭଳି ମାଦକ ଦ୍ରବ୍ୟ ସମ୍ପୂର୍ଣ୍ଣ ବାରଣ ରହିଥିଲେ ମଧ୍ୟ କିଭଳି ଜେଲ୍ ଭିତରକୁ ଯାଉଛି, ତାକୁ ନେଇ ପ୍ରଶ୍ନ ଉଠିଛି ।