ଟ୍ରକ୍‌ ଧକ୍କାରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଦେଓଗାଁ-ତୁଷୁରା ରାସ୍ତା ମହିପୁର ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମଣ୍ଟୁ ବେନିଆ ଓ ତାଙ୍କ ଭଉଣୀ ସଞ୍ଜୁ ବେନିଆ। ସେମାନେ ଭାଇ ଭଉଣୀ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ସଞ୍ଜୁ ତାଙ୍କ ଭାଇ ମଣ୍ଟୁଙ୍କ ସହ ବାଇକ୍‌ରେ ସାଲେପାଲି ଗାଁକୁ ଯାଉଥିଲେ। ରାସ୍ତା ଅତିକ୍ରମ କରିବା ବେଳେ ତୁଷୁରା ପଟୁ ଆସୁଥିବା ଏକ ଚାଉଳ ବୋଝେଇ ଟ୍ରକ୍‌ ମହିପୁର ଛକ ନିକଟରେ ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ସେମାନେ ଛିଟିକି ହୋଇ ରାସ୍ତା କଡ଼କୁ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି।

ସଞ୍ଜୁ ସାଲେପାଲିର ଆଶ୍ରମ ସ୍କୁଲରେ ପଢୁଥିଲେ। ଦଶହରା ଛୁଟି ପରେ ମଣ୍ଟୁ ତାଙ୍କୁ ସ୍କୁଲ ଛାଡିବାକୁ ଆସୁଥିଲେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

ଆହୁରି ପଢ଼ନ୍ତୁ

ମୃତ୍ୟୁଜାଲରେ ମାଙ୍କଡ଼ ପଲ; କିଏ ଦେବ ମୁକ୍ତି !

୧୯ରେ ନୁହେଁ ୨୦ରେ ସରିବ କଟକର ଐତିହାସିକ ବାଲିଯାତ୍ରା

ଜଙ୍ଗଲରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ

‘ମଦ ବିକ୍ରି କରି କ’ଣ ରାଜ୍ୟ ଚଳା ଯିବକି ?’

ବାଲି ତଳୁ ମିଳିଲା କଟା ମୁଣ୍ଡ

ମହଙ୍ଗା ପଡ଼ିଲା ଭୂତ ଛଡ଼ାଇବା ପ୍ରୟାସ, ବନ୍ଧା ହେଲେ ଗୁଣିଆ ଦମ୍ପତି

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ଲିକ୍‌ ଘଟଣା: ଫ୍ୟାକ୍ଟ୍ରି ସିଲ୍‌ କଲା ପୁଲିସ୍‌, ୭ ଅଟକ

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଅମୋନିଆ ଗ୍ୟାସ୍‌ ଲିକ୍‌ ହେବାରୁ ୧୦୦ ଅସୁସ୍ଥ

ଉଇ ଖାଇଗଲା ବୃଦ୍ଧାଙ୍କ ୨୦ ହଜାର ଟଙ୍କା

ବିଧାନସଭାରେ ସ୍ମିତାରାଣୀଙ୍କ ମୃତ୍ୟୁ ଝଡ଼; ଅନୁମତି ନ ମିଳିବାରୁ ହଟ୍ଟଗୋଳ

ମଦ ପାଇଁ ବିଧାନସଭା ହୁଲୁସ୍ତୁଲ୍; ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ରଙ୍ଗଶାଳା ଓ ପିଇଓ ସ୍ମିତାରାଣୀ ମୃତ୍ୟୁ ରହସ୍ୟର ଆଉ ଏକ ଗୁମର ଖୋଲିଲା

You might also like