ପୋଖରୀରେ ବୁଡିଗଲେ ଭାଇଭଉଣୀ
ବ୍ରହ୍ମପୁର: ପୋଖରୀରେ ବୁଡିଗଲେ ଭାଇଭଉଣୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଛତ୍ରପୁର ଥାନା ଅଧିନ ବିରେଶ୍ୱର ଗ୍ରାମରେ।ସେହି ଗ୍ରାମର ଶିବ ମହାପାତ୍ରଙ୍କ ୭ ବର୍ଷର ପୁଅ ବାଦଲ ଓ ଝିଅ ବର୍ଷା ଦିନ ୨ଟା ୩୦ ଯାଏଁ ଉଭୟ ଘର ଦାଣ୍ଡରେ ଖେଳୁଥିଲେ। କିନ୍ତୁ ହଠାତ କୁଆଡେ ଚାଲିଯାଇଥିଲେ।
କିଛି ସମୟ ପରେ ସେମାନେ ପୋଖରୀରେ ବୁଡି ଭାସୁଥିବାର ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଆଣି ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲା। ଶିବ ମହାପାତ୍ର ସେହି ମନ୍ଦିର ନିକଟରେ ଘର କରି ରହୁଥିବା ଜଣାପଡିଛି।