ସାନ ଭାଇ ବୁଡ଼ିଯାଉଥିଲା, ବଂଚାଇବାକୁ ଯାଇ ଭଉଣୀ ବି ବୁଡ଼ିଗଲା

ରାଇରଙ୍ଗପୁର: ଆଜି ସକାଳୁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଘଟିଛି ଏକ ଦୁଃଖଦ ଘଟଣା। ଗାଧୋଇବାକୁ ଯାଇ ନଈରେ ବୁଡ଼ି ଯାଇଛନ୍ତି ଭାଇ ଭଉଣୀ । ଉଭୟ ଭାଇ ଭଉଣୀଙ୍କ ଘର ବିହାରରେ ଓ ସେମାନଙ୍କ ପରିବାର ଏଠାକୁ ଆସି ବ୍ୟବସାୟ କରୁଥିଲେ। ଖବର ମୁତାବକ, ଖଡ଼ଖାଈ ନଦୀରେ ଗାଧୋଇବା ବେଳେ ପ୍ରଥମେ ସାନ ଭାଇ ନାନୁ ଗୁଜରାତି (୧୦) ବୁଡ଼ି ଯାଇଥିଲା। ସାନ ଭାଇ ବୁଡ଼ି ଯାଉଥିବା ଦେଖି ଭଉଣୀ ହୀନା ଗୁଜରାତି (୨୮) ବି ନଦୀକୁ ଡେଇଁ ପଡ଼ି ଭାଇକୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲା । ହେଲେ ସେ ବି ନଦୀରୁ ବାହାରି ପାରି ନ ଥିଲା। ଉଭୟ ନଦୀରେ ବୁଡ଼ି ଯାଇଥିଲେ।

ପ୍ରାୟ ୪୦ ମିନିଟ୍‌ ପରେ ଅଗ୍ନିଶମ କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

 

You might also like
Comments
Loading...