• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Mahasweta Baral

ନୟାଗଡ଼: ଆମ ପରିବାର ସଦସ୍ୟଙ୍କୁ  ଫେରାଇ ଆଣ, ନ ହେଲେ ସାମୁହିକ  ଆତ୍ମହତ୍ୟା କରିବୁ । ନୟାଗଡ଼ ଜିଲ୍ଲା ପ୍ରଶାସନକୁ ଏଭଳି ଚରମ ପତ୍ର ଲେଖିଛନ୍ତି  ରଣପୁର ବ୍ଲକ ଦାମୋଦରପୁର ଗାଁର ୧୮ଟି ପରିବାର।

ଲକ୍‌ଡାଉନ ଯୋଗୁଁ କେରଳରେ ଦେଢ଼ ମାସ ହେବ ଫସି ରହିଛନ୍ତି ଦାମୋଦରପୁର ଗାଁର ୧୮ ଜଣ ଶ୍ରମିକ । ଏବେ ସେମାନଙ୍କ ପାଖରେ ନା କାମ ଧନ୍ଦା ଅଛି ନା ଟଙ୍କା । ଏମିତି କି ଶ୍ରମିକମାନେ ଖାଇବାକୁ ପାଉନଥିବା ଅଭିଯୋଗ କରିଛନ୍ତି।

ଓଡ଼ିଶା ଫେରିବାକୁ  କେରଳର ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ପ୍ରବାସୀ ଶ୍ରମିକ। ହେଲେ ସେଠାକାର ପ୍ରଶାସନ କୌଣସି ସହାୟତା କରୁନଥିବା ଶ୍ରମିକମାନେ କହିଛନ୍ତି। ଏ ନେଇ ଶ୍ରମିକମାନଙ୍କ ପରିବାର ସଦସ୍ୟ ନୟାଗଡ଼ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ସହାୟତା ନ କଲେ ସାମୁହିକ ଆତ୍ମହତ୍ୟା କରିବୁ ବୋଲି  ୧୮ଟି ପରିବାର ସଦସ୍ୟ ପତ୍ର ଲେଖିଛନ୍ତି ।  ତେବେ ଏନେଇ ଜିଲ୍ଲା ପ୍ରଶାସନ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି ।

Bring-the-family-back-or-we-will-commit-suicide-collectively
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories