ଗୋଟିଏ କଲୋନୀରୁ ବାହାରିଲେ ୫ କରୋନା ପଜିଟିଭ୍‌, ଘୋଷଣା ହେଲା କଣ୍ଟେନ୍‌ମେଣ୍ଟ ଜୋନ୍

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ପୌରପରିଷଦର ବେହେରାମାଲ ବୃନ୍ଦାବନ କଲୋନୀକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।

ବୃନ୍ଦାବନ କଲୋନୀରେ ୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଖପାଖ ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବଫର୍ ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।

କଣ୍ଟାକ୍ଟ ଟ୍ରେସିଂ ଓ ସର୍ଭେଲାନ୍ସକୁ ତ୍ୱରାନ୍ୱିତ କରିବାକୁ ସଂକ୍ରମିତଙ୍କ ଘର ପାଖ ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି। ବୃନ୍ଦାବନ କଲୋନୀ ଲେନ୍-୨ରୁ ଲେନ୍-୨ ଶେଷ ଯାଏ କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ବେଳେ, ବିୟୁଟି ପାର୍ଲର୍ ସାମ୍ନାରୁ ପିପି ମୋଟର୍ସ ଶେଷ ଏବଂ ସେଠାରୁ ଲେନ୍-୧ ଶେଷମୁଣ୍ଡ ଯାଏ ଅଞ୍ଚଳକୁ ବଫର୍ ଜୋନ୍ ଭାବେ ଘୋଷଣା କରାଯାଇଛି।

ସୂଚନାଥାଉ କି, କଟକ ଜିଲ୍ଲା ଆଠଗଡ଼ ବ୍ଲକ୍‌ ଅନ୍ତର୍ଗତ ଖଣ୍ଡୁଆଳି ଏହି ଗାଁରୁ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଖଣ୍ଡୁଆଳି ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ପ୍ରଥମେ ଗାଁରୁ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିଲା। ଏହାପରେ ଆଉ ୩ଜଣ ଚିହ୍ନଟ ହୋଇଥିଲେ। ପଜିଟିଭ୍ ଚିହ୍ନଟ ପରେ ୧୮ ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନ୍‌ରେ ରଖାଯାଇଥିବା ବେଳେ ଜଣେ ଆକ୍ରାନ୍ତ କଟକ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି।

ଜାନୁଆରୀ ୯ରେ  ରାଜ୍ୟରେ ୨୬୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ  ଜଣ ୧୫୧ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୦୯ ଲୋକାଲ କେସ ଥିବା ଜଣାଯାଇଛି। ୨୯ ଜିଲ୍ଲାରୁ ୨୬୦ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଗୋଟିଏ ଜିଲ୍ଲାରୁ କେହି  ଚିହ୍ନଟ ହୋଇ ନଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

You might also like