ସ୍ଥାୟୀ ପୋଲ ଭାଙ୍ଗିଗଲା, ଅସ୍ଥାୟୀ ପୋଲ ଭାସିଗଲା, ଯିବୁ କେମିତି…

ରାୟଗଡ଼ା:ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି ରାୟଗଡ଼ା । ପ୍ରବଳ ବର୍ଷା ଯୋଗୁ କଲ୍ୟାଣୀ ଓ ନାଗାବଳୀ ନଦୀରେ ଜଳସ୍ତର ବୃଦ୍ଧିପାଉଛି। ପ୍ରଖର ସ୍ରୋତରେ କଲ୍ୟାଣୀ ନଦୀର ପୋଲ ଧୋଇଯାଇଛି।

କଲ୍ୟାଣସିଂହପୁରରେ କଲ୍ୟାଣୀ ନଦୀରେ ଥିବା ସ୍ଥାୟୀ ପୋଲ ୨୦୧୭ରେ ଭାଙ୍ଗିଯାଇଥିଲା । ଲୋକେ ଯାତାୟାତ ସୁବିଧା ପାଇଁ  ଏକ ଅସ୍ଥାୟୀ ମାଟି ପୋଲ ନିର୍ମାଣ କରିଥିଲେ। ଏବେ ବନ୍ୟର ଯୋଗୁ ଏହି ଅସ୍ଥାୟୀ ପୋଲ ଭାସି ଯାଇଛି। ପୋଲ  ଉପରେ ୫ ଫୁଟର ପାଣି ଚାଲୁଛି। ଫଳରେ ଯାତାୟାତ ଠପ୍‌ ହୋଇଯାଇଛି।

ଏଥିଯୋଗୁ ୫ଟି ପଞ୍ଚାୟତର ଲୋକେ ବାହ୍ୟଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇ ପଡ଼ିଛନ୍ତି।

ସ୍ଥାୟୀ ପୋଲ ଭାଙ୍ଗିଯିବା ପରେ ଏହାର ତୁରନ୍ତ ମରାମତି ପାଇଁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦାବି କରିଥିଲେ। ହେଲେ ପ୍ରଶାସନ ନ କରିବାରୁ ଏକ ଅସ୍ଥାୟୀ ପୋଲ କରି ଯାତାୟାତ କରୁଥିଲେ। ଏବେ ସେତକ ବି ଭାସିଗଲା। କିପରି ଯିବା ଆସିବା କରିବେ, ପିଲା ସ୍କୁଲ କିପରି ଯିବେ ସେ ନେଇ ଚିନ୍ତାରେ ପଡିଛନ୍ତି ଲୋକେ।

You might also like