ବଲାଙ୍ଗିର: ବଲାଙ୍ଗିରରେ ପ୍ରବଳ ବର୍ଷାରେ ଧୋଇଗଲା ଆପ୍ରୋଚ୍ ରୋଡ୍। ଏଥି ଯୋଗୁ ବଲାଙ୍ଗିର ଦେଇ ଯାଇଥିବା ଭବାନୀପଟଣା-ରାୟଗଡ଼ା ୪୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗତକାଲି ରାତିରୁ ପ୍ରବଳ ବର୍ଷା ଯୋଗୁଁ ପିପଳ ନାଳରେ ବନ୍ୟା ଆସିଥିଲା। ବର୍ଷା ନ କମିବାରୁ ଜଳସ୍ତର ବୃଦ୍ଧି ପାଇଥିଲା ଓ ପ୍ରଖର ସୁଅରେ ସିକେରକୁପାଠାରେ ଏହି ରାସ୍ତା ଧୋଇ ଯାଇଥିଲା।

ରାସ୍ତା ଧୋଇଯିବା ପରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଛି। ଭବାନୀପାଟଣା ଓ ରାୟଗଡ଼ା ମଧ୍ୟରେ ଯୋଗାଯୋଗ ବନ୍ଦ ରହିଛି।

Other Stories