ରାଜ୍ୟର କୋଡ଼ିଏଟି ଜିଲ୍ଲାରେ ନଦୀବନ୍ଧ ଦୁର୍ବଳ

ଭୁବନେଶ୍ୱର: ରାଜ୍ୟର କୋଡ଼ିଏଟି ଜିଲ୍ଲାରେ ନଦୀବନ୍ଧ ଦୁର୍ବଳ ରହିଛି। ବର୍ଷା ଦିନ ଆସିଥିବାରୁ ସମସ୍ତ ଦୁର୍ବଳ ନଦୀ ବନ୍ଧ ଉପରେ ନଜର ରଖିଛି ଜଳସମ୍ପଦ ବିଭାଗ।    କେନ୍ଦୁଝର, ନୟାଗଡ଼, କେନ୍ଦ୍ରାପଡା, ଗଞ୍ଜାମ, ଗଜପତି ସମେତ ରାୟଗଡ଼ା, ଭଦ୍ରକ, ବୌଦ୍ଧ, ଫୁଲବାଣୀ, ଯାଜପୁର ସେହିଭଳି ଢେଙ୍କାନାଳରେ ଥିବା ଦୁର୍ବଳ ନଦୀବନ୍ଧରେ ଉପରେ ନଜର ରଖିଛି ଜଳସମ୍ପଦ ବିଭାଗ।

ସେହିପରି ଅନୁଗୁଳ, କଟକ, ଜଗତ୍ସିଂହପୁର, ମୟୁରଭଞ୍ଜ, ବାଲେଶ୍ୱର, ସୋନପୁର ଏବଂ କଳାହାଣ୍ଡି, କୋରାପୁଟ ଓ ମାଲକାନଗିରରେ ମଧ୍ୟ ନଦୀ ବନ୍ଧ ଦୁର୍ବଳ ଥିବା କୁହାଯାଉଛି। ଏଣୁ ଏହିସବୁ ନଦୀ ବନ୍ଧର ସୁରକ୍ଷା ପାଇଁ ବାଲି ବସ୍ତା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି।

ପୁରୀ ଜିଲାରେ ସର୍ବାଧିକ ଆଠଟି ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଛି। ସେଥିପ୍ରତି ଅଧିକ ଧ୍ୟାନ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ଇଞ୍ଜିନିୟର-ଇନ୍ -ଚିଫ୍ ଜ୍ୟୋର୍ତିମୟ ରଥ।

୨୦୦୮ ମସିହାରେ ଜଳସମ୍ପଦ ବିଭାଗ ପ୍ରସ୍ତୁତ କରିଥିବା ଗାଇଡ୍ ଲାଇନ୍ ଅନୁଯାୟୀ, ବିପଦପୂର୍ଣ୍ଣ ଦୁର୍ବଳ ନଦୀବନ୍ଧର ମରାମତି କରାଯାଉଥିବା କଥା ବି ସେ କହିଛନ୍ତି। ଜିଲା ସ୍ତରରେ ତଥା ବିଭାଗୀୟ ଅଧିକାରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

You might also like