ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ବାଲେଶ୍ୱର  : ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ। ବାଲେଶ୍ୱର ଜିଲ୍ଲା ମଇତାପୁର ପଞ୍ଚାୟତର କୁମ୍ଭାରପାଟଣା ଗ୍ରାମରେ ନିଅାଁରେ ପୋଡ଼ିଯାଇ ଜଣେ ନବବଧୂଙ୍କ ମୃତ୍ୟୁ ହୋଇଛି। ତେବେ ମହିଳାଙ୍କ ପରିବାର ଲୋକ ଏହାକୁ ଯୋଜନାବଦ୍ଧ ଭାବେ ପୋଡି ଦିଅାଯାଇଥିବା ଅଭିଯୋଗ କରିଛନ୍ତି।

ସିମୁଳିଅା ପୁଲିସ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସିମୁଳିଅା ଥାନା କୁମ୍ଭାରପାଟଣା ଗ୍ରାମର ନରହରି ଶିଅଳ ୫ ମାସ ତଳେ ଉର୍ମିଳା ଶିଅଳଙ୍କୁ ବିବାହ କରିଥିଲେ। ବାହାଘର ବେଳେ ଉର୍ମିଳାଙ୍କ ପରିବାର ଲୋକ ଦାବି ମୁତାବକ ଯୌତୁକ ଦେଇଥିଲେ । କିନ୍ତୁ ବାହାଘର ପରେ ଅଧିକ ଯୌତୁକ ଦାବି କରି ତାଙ୍କ ସ୍ୱାମୀ ବିଭିନ୍ନ ସମୟରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।

You might also like