‘ଶାଶୂ ଘରେ ବୋହୂକୁ କ୍ରୀତଦାସ ଭଳି ବ୍ୟବହାର କରାଯାଇ ପାରିବନି’

କଟକ: ଶାଶୂଘରେ ବୋହୂ କ୍ରୀତଦାସ ନୁହେଁ। ଶାଶୂ ଘରେ ବୋହୂକୁ କୌଣସି ପରିସ୍ଥିତିରେ ବି କ୍ରୀତଦାସ ଭଳି ବ୍ୟବହାର କରାଯାଇ ପାରିବ ନାହିଁ। ଶାଶୂଘରେ ବୋହୂକୁ ମାନବିକ ସମବେଦନା ମିଳିବା ଆବଶ୍ୟକ ଏକ ବଧୂ ନିର୍ଯାତନା ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେବା ସହ ଅଭିଯୁକ୍ତ ସ୍ୱାମୀର ଜାମିନ ଆବେଦନ ଖାରଜ କରିଛନ୍ତି।

ଏକ ଯୌତୁକ ଜନିତ ନିର୍ଯାତନା ଓ ପ୍ରାଣାନ୍ତକ ଆକ୍ରମଣ ମାମଲାରେ ଦାୟର ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କୋର୍ଟ ଅଭିଯୁକ୍ତ ସ୍ୱାମୀର ଜାମିନ ଆବେଦନ ଖାରଜ କରିଛନ୍ତି।

୨୦୧୫ ଫେବୃଆରୀ ମାସରେ ଢେଙ୍କାନାଳ ଅଞ୍ଚଳରେ ଏକ ବିବାହ ହୋଇଥିଲା। ବିବାହର ଦୁଇ ବର୍ଷ ପରେ ଅଧିକ ଯୌତୁକ ଦାବି କରି ଶାଶୂଘର ଲୋକେ ବୋହୂକୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଏପରିକି ସମ୍ପୃକ୍ତ ମହିଳାଙ୍କୁ ସ୍ୱାମୀ ଓ ଶାଶୂ ଘର ଲୋକେ ମାଡ଼ ମାରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ସ୍ୱାମୀ ତାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିବା ସ୍ତ୍ରୀ ଅଭିଯୋଗ କରିଥିଲେ।

You might also like