ଭଦ୍ରକ ବାସୁଦେବପୁର ବ୍ଲକର ୯ଟି ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ୯ଟି ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ମୋଟ୍ ୯ଟି ପଞ୍ଚାୟତକୁ ୪ଟି ଜୋନ୍‌ରେ ଭାଗ କରି କଣ୍ଟେନ୍‌ମେଣ୍ଟ ଘୋଷଣା ହୋଇଛି।
ଜୋନ୍-୧ରେ ପଦ୍ମପୁର, ଲୁଙ୍ଗା, ସୁଗୋ ଓ ଏରତାଳ ପଞ୍ଚାୟତ ରହିଛିା ଏଥିରେ ମୋଟ୍ ୮ଟି ଗାଁ ରହିଛି। ସେହିପରି ଜୋନ୍-୨ରେ ଖରିଦା ବିନାୟକପୁର ଓ ଗୁଆଗାଡ଼ିଆ ପଞ୍ଚାୟତ ରହିଛି। ଏହି ଅଞ୍ଚଳରେ ୬ଟି ଗାଁ ରହିଛି।

ଜୋନ୍-୩ରେ ଲକ୍ଷ୍ମୀଦାସପୁର, ବାଲିମେଡ଼ ରହିଛି ଯାହା ମଧ୍ୟରେ ୭ଟି ଗାଁ ଅନ୍ତର୍ଭୁକ୍ତ ରହିଛି। ଏହାଛଡ଼ା ଜୋନ୍-୪ରେ ଅଡୁଆଁ ପଞ୍ଚାୟତ ରହିଛି। ସଂପୃକ୍ତ ଅଞ୍ଚଳକୁ କେହି ଯାଇ ପାରିବେନି କି ଆସି ପାରିବେନି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏହାସହ ସଂପୃକ୍ତ ଅଞ୍ଚଳର ବାସିନ୍ଦା ଘରୁ ନବାହାରିବାକୁ ନିର୍ଦ୍ଦେଶ ହୋଇଛି। ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯିବ। ସଂପୃକ୍ତ ଅଞ୍ଚଳରେ ଥିବା ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବର୍ତ୍ତମାନ ପାଇଁ ବନ୍ଦ ରଖାଯାଇଛି।

You might also like