‘ଅବଢ଼ାର ପବିତ୍ରତା ପ୍ରତି କୁଠାରଘାତ’

ଭୁବନେଶ୍ୱର: ଅନ୍‌ଲାଇନ୍‌ରେ ଲିଙ୍ଗରାଜ ଓ ଅନନ୍ତ ବାସୁଦେବଙ୍କ ଅବଢ଼ା ବିକ୍ରିକୁ ନେଇ ଅସନ୍ତୋଷ। ଅନ୍‌ଲାଇନ୍‌ରେ କିଛି ସଂସ୍ଥା ଏହି ଦୁଇ ମନ୍ଦିରର ଅବଢ଼ା ଯୋଗାଉଥିବାରୁ ଏହାକୁ ନେଇ ଥାନାରେ ଏତଲା ହୋଇଛି। ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ସଂପୃକ୍ତ ସଂସ୍ଥା ନାଁରେ ବ୍ରାହ୍ମଣ ନିଯୋଗ ସମିତି ଅଭିଯୋଗ କରିଛି। ଅନ୍‌ଲାଇନ୍‌ରେ ଘରକୁ ଘର ବୁଲି ଅବଢ଼ା ବିକ୍ରି କରିବା ଓ ଯୋଗାଇବା ଦ୍ୱାରା ଅସମ୍ମାନ ହେଉଛି। ଅବଢ଼ାର ପବିତ୍ରତା ପ୍ରତି ଏହା କୁଠାରଘାତ କରୁଥିବା ଅଭିଯୋଗ କରି ସଂସ୍ଥା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ସେହିପରି କିଛି ଦିନ ତଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍‌ଲାଇନ୍‌ରେ ନିର୍ମାଲ୍ୟ ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।  ଏନେଇ ଶ୍ରୀମନ୍ଦିର ସେବାୟତ ଥାନାରେ ଆମାଜନ୍ ଇଣ୍ଡିଆ ବିରୋଧରେ ଏତଲା ମଧ୍ୟ ଦେଇଥିଲେ।

 

 

You might also like