ବ୍ରହ୍ମବିଭ୍ରାଟ ପ୍ରସଙ୍ଗ; ଜଣେ ସେବକ ଦୋଷ ମାନିଥିବା କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ : ଗତ ନଭେମ୍ବର ୧୪ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ଜଣେ ସେବକ ଦୋଷ ସ୍ୱୀକାର କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ପ୍ରସଙ୍ଗରେ ଅନ୍ୟ ୯ଜଣଙ୍କ ଉତ୍ତର ସନ୍ତୋଷଜନକ ନଥିବାରୁ ସେମାନଙ୍କୁ ପୁଣି ଥରେ ନୋଟିସ୍‌ କରିଛି ଶ୍ରୀମନ୍ଦିର ପ୍ରଶାସନ।

୧୫ ଦିନ ଭିତରେ ପକ୍ଷ ରଖିବାକୁ କୁହାଯାଇଛି। ତେବେ ଗତ ଡିସେମ୍ବର ୨୮ତାରିଖ ନୀତି ବିଭ୍ରାଟ, ମହାପ୍ରଭୁଙ୍କ ଦ୍ୱାରାଫିଟା ବିଳମ୍ବ ସହ ନୀତିକାନ୍ତି ବିଳମ୍ବ ଓ ମହାପ୍ରଭୁ ୧୪ଘଣ୍ଟା ଅଖିଆ ଅପିଆ ରହିବା ଘଟଣାରେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ୩୬ଜଣ ଦୋଷୀଙ୍କୁ ଚିହ୍ନଟ କରାଯାଇଛି।

ସେମାନଙ୍କ ମଧ୍ୟରେ ୩୪ଜଣ ସେବକ ଓ ୨ଜଣ ବାହାର ଲୋକ ଅଛନ୍ତି। ପ୍ରଥମେ ଦ୍ୱାରଫିଟା ନୀତି ସହ ସମ୍ପୃକ୍ତ ଥିବା ୫ଜଣଙ୍କ ସହ ଅନ୍ୟ ୧୩ଜଣଙ୍କୁ ନୋଟିସ୍‌ ଜାରି କରାଯାଇଛି ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

 

 

You might also like