ସାର୍ବଜନୀନ ହେବ ନାହିଁ ବହୁ ଚର୍ଚ୍ଚିତ ବ୍ରହ୍ମବିଭ୍ରାଟ ରିପୋର୍ଟ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନିଅାଯାଇଛି । ସାର୍ବଜନୀନ ହେବ ନାହିଁ ବହୁ ଚର୍ଚ୍ଚିତ ବ୍ରହ୍ମବିଭ୍ରାଟ ରିପୋର୍ଟ।

ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର । ସୂଚନା ଅଧିକାର ଅାଇନ ବଳରେ ମାଗିଲେ ବି ମିଳିବନି ରିପୋର୍ଟ। ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ସାର୍ବଜନୀନ ହେବନାହିଁ। ତେବେ ବ୍ରହ୍ମ ବିଭ୍ରାଟ ହୋଇଥିବା ସ୍ପଷ୍ଟ କରିଛନ୍ତି ମୁଖ୍ୟ ପ୍ରଶାସକ।

ବ୍ରହ୍ମବିଭ୍ରାଟରେ ୧୦ରୁ ୧୫ ଜଣ ସେବକ ସଂପୃକ୍ତ ଅଛନ୍ତି। ସଂପୃକ୍ତ ସେବକ ଦଇତାପତି ବା ମହାରଣା ସେବକ ହୋଇପାରନ୍ତି । ସଂପୃକ୍ତ ସେବକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ। ଶ୍ରୀମନ୍ଦିର ପ୍ରଶାସନ ଅାଇନ ୨୧ (ଖ) ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। କାରଣ ଦର୍ଶାଅ ନୋଟିସ ହେବ ସହ ୩ ମାସ ଭିତରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

You might also like