‘ଫୋନି’ ପାଇଁ ବିପିୟୁଟି ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର : ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଫୋନି’ ପାଇଁ ବିପିୟୁଟି ଅଧୀନରେ ଥିବା ୧୬୪ କଲେଜର ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ମାସ ୨, ୩ ଓ ୪ ତାରିଖରେ ହେବାକୁ ଥିବା ପରୀକ୍ଷାଗୁଡ଼ିକୁ ଘୁଞ୍ଚାଇ ଦିଆଯାଇଛି। ଉକ୍ତ ପରୀକ୍ଷାଗୁଡ଼ିକ ଯଥାକ୍ରମେ ମେ’ ୨୫, ୨୭ ଓ ୨୮ରେ ଅନୁଷ୍ଠିତ ହେବ ବୋଲି ବିପିୟୁଟି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ‘ଫୋନି’ ପାଇଁ ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

You might also like