ବିପିୟୁଟିର ଅନ୍‌ଲାଇନ୍ ପରୀକ୍ଷାକୁ ବିଜେପି ଯୁବ ମୋର୍ଚ୍ଚାର ବିରୋଧ

ଭୁବନେଶ୍ୱର: ବିପିୟୁଟିର ଅନ୍‌ଲାଇନ୍ ପରୀକ୍ଷାକୁ ବିଜେପି ଯୁବ ମୋର୍ଚ୍ଚାର ବିରୋଧ। ଓଡ଼ିଶାରେ ଲଗାତାର ୩ ଘଣ୍ଟା ବିଜୁଳି ରହୁନି, ଖୋଦ ଶକ୍ତିମନ୍ତ୍ରୀଙ୍କ ଘର ପାଖରେ ବି ବିଜୁଳି ରହୁନି। ତା ଛଡ଼ା ଇଣ୍ଟରନେଟ୍ ସ୍ପିଡ୍ ମଧ୍ୟ ନାହିଁ। ଏଭଳି ସ୍ଥିତିରେ ଅନ୍‌ଲାଇନ୍ ପରୀକ୍ଷା ସମ୍ଭବ ନୁହେଁ ବୋଲି କହିଛି ବିଜେପି ଯୁବମୋର୍ଚ୍ଚା।

ସେହିପରି ଅନ୍‌ଲାଇନ୍ ପରୀକ୍ଷା କରାଇବାକୁ ଏକ ବ୍ଲାକ୍ ଲିଷ୍ଟେଡ୍ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିବା ଯୁବମୋର୍ଚ୍ଚା ଅଭିଯୋଗ କରିଛି। ଅନ୍‌ଲାଇନ୍ ପରୀକ୍ଷା ବଦଳରେ ପୂର୍ବ ପରୀକ୍ଷା ଫଳ ଅନୁସାରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଦାବି କରିଛି ଯୁବ ମୋର୍ଚ୍ଚା। ଅନ୍‌ଲାଇନ୍ ପରୀକ୍ଷା ହେଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେପି ଯୁବମୋର୍ଚ୍ଚା ଚେତାବନୀ ଦେଇଛି।

ଅନ୍ୟପଟେ ବିପିୟୁଟି ଅଧିନରେ ଥିବା ସମସ୍ତ କଲେଜର ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଉରକେଲା ବିପିୟୁଟି ପରିସରରେ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଚଳିତ ମାସ ୭ ତାରିଖରୁ ଆରମ୍ଭ ହେଉଥିବା ଫାଇନାଲ ସେମିଷ୍ଟାର ପରୀକ୍ଷାକୁ ସ୍ଥଗିତ ରଖାଯାଉ ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ।

ଅନଲାଇନରେ ପରୀକ୍ଷା ହେବା ଏତେଟା ସୁବିଧା ନାହିଁ। ତେଣୁକରି ପୂର୍ବ ସେମିଷ୍ଟାର ରେଜଲ୍ଟ ଅନୁସାରେ ଫାଇନାଲ ପରୀକ୍ଷାର ରେଜଲ୍ଟ ପ୍ରକାଶ କରାଯାଉ ବୋଲି  ଛାତ୍ରଛାତ୍ରୀ ଦାବି କରିଛନ୍ତି। ଏନେଇ ଦୀର୍ଘ ସମୟ ଧରି ବିପିୟୁଟି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ ଛାତ୍ରଛାତ୍ରୀ। ସେପଟେ ଏ ନେଇ ରାଜ୍ୟ ସରକାରଙ୍କୁ ଜଣାଇବେ ବୋଲି ବିପିୟୁଟିର ରେଜିଷ୍ଟ୍ରାର କହିଛନ୍ତି।

ଆହୁରି ପଢ଼ନ୍ତୁ

‘ପୁରୀ ଆସନି, ଘରେ ରହି କାର୍ତ୍ତିକ ବ୍ରତ କର’

OUAT ପ୍ରଫେସରଙ୍କ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ

ଅଧାରେ ରହିଗଲା ଫେସ୍‌ବୁକ୍ ପ୍ରେମ, ବିବାହ ବେଦୀରୁ ଉଠାଇ ନେଲା ପୋଲିସ୍

ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

‘ପୋଲିସ୍‌ ସାର୍‌ ବାଡ଼ିରେ ମୋତେ ପିଟି ପକାଇଲେ’

ଆଶ୍ଚର୍ଯ୍ୟ ! ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ

ରାଜ୍ୟରେ ୧୩  କରୋନା ରୋଗୀଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧,୬୧୭ ପଜିଟିଭ୍‌ ଚିହ୍ନଟ

ନକଲି ସୁନା ଇଟା ଦେଇ ବ୍ୟବସାୟୀଙ୍କଠୁ ଲୁଟିନେଲେ ୫ ଲକ୍ଷ

ଘୁଞ୍ଚିଲା ଓଡ଼ିଶା ସିଭିଲ୍‌ ସର୍ଭିସ-୨୦୧୯ର ମୁଖ୍ୟ ଲିଖିତ ପରୀକ୍ଷା

ମାମୁଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଲେ ଭଣଜା

କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

You might also like