ଘରେ ରହି ଅନ୍‌ଲାଇନ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ରାଉରକେଲା: କରୋନା ପାଇଁ ଅନ୍‌ଲାଇନ୍‌ରେ ହେବ ବିପିୟୁଟି ଫାଇନାଲ୍ ସେମିଷ୍ଟର ପରୀକ୍ଷା। ଏ ନେଇ ରାଉରକେଲା ସ୍ଥିତ ବିପିୟୁଟି ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ କରାଯାଇଛି।

ବିପିୟୁଟିର ସବୁ ଫାଇନାଲ୍ ସେମିଷ୍ଟର ପରୀକ୍ଷା ହୋମ୍ ବେସ୍‌ଡ୍‌ ହେବ। ସମସ୍ତ ଛାତ୍ରଛାତ୍ରୀମାନେ ଘରେ ରହି ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଦେବେ। ଏ ନେଇ ବିପିୟୁଟି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଦ୍ୱାରା ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଛାତ୍ରଛାତ୍ରୀମାନେ ଉପକୃତ ହେବେ।

ଜୁଲାଇ ୯ରୁ ପରୀକ୍ଷା ଆରମ୍ଭ ହୋଇ ଜୁଲାଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।

You might also like