ବାହା ହେବା ପାଇଁ ଜିଦି ଧରିବାରୁ ନଦୀକୁ ଠେଲିଦେଲା ପ୍ରେମିକ

ଧର୍ମଗଡ଼: ବିବାହର ପ୍ରତିଶ୍ରୁତି ଦେଇ ଜଣେ ଆଦିବାସୀ ଯୁବତୀଙ୍କ ପ୍ରତାରଣା। ପ୍ରେମିକା ବିବାହ ପାଇଁ ଜିଦ୍ କରିବାରୁ ପୋଲ ତଳକୁ ଠେଲିଦେଲା ପ୍ରେମିକ। ସୌଭାଗ୍ୟ କ୍ରମେ ପ୍ରେମିକା ବଞ୍ଚିଯାଇଛି ସତ ହେଲେ ଘଟଣାର ୧୦ ଦିନ ପରେ ବି ଅଭିଯୁକ୍ତର ଟେର ପାଉନି ପୋଲିସ। ଏପଟେ ନ୍ୟାୟ ପାଇଁ ଅପେକ୍ଷାରେ ରହିଛନ୍ତି ପ୍ରତାରିତ ଯୁବତୀ। ଘଟଣା ଟି ଯେତିକି ହୃହୟସ୍ପର୍ଶୀ ସେତିକି ସମ୍ବେଦନଶୀଳ। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କେ. ଗାଁ ଅଞ୍ଚଳରେ।

ଖଲିଆପାଲି ଗାଁର ଦୋଲାମଣି ଚଲାନ୍ ନାମକ ଜଣେ ବିବାହିତ ଯୁବକ ଦୀର୍ଘ ୭ ମାସ ଧରି ଜଣେ ଆଦିବାସୀ ଯୁବତୀଙ୍କୁ ଭଲପାଉଥିଲେ। ବିବାହର ପ୍ରତଶ୍ରୁତି ଦେଇ ଟିଟଲାଗଡ ଖଜୁରିପଡାରେ ଥିବା ଏକ ଭଡା ଘରେ ରହୁଥିଲେ। ତେବେ ପ୍ରେମିକ ଜଣକ ଆଗରୁ ବିବାହିତ ଥିବାରୁ ଏଥିରୁ ବର୍ତ୍ତିବା ପାଇଁ ପ୍ରେମିକା ରଚିଥିଲା ଏକ ଯୋଜନା।

ପ୍ରେମିକାକୁ ରାସ୍ତାରେ ହଟେଇବା ପାଇଁ ଜୁଲାଇ ୧୪ ତାରିଖରେ ନିଜର ଘର କଥା କହି କେ. ଗାଁ ଥାନା ଉଦନ୍ତି ନଦୀ ପାଖକୁ ନେଇଆସିଥିଲା। ରାତି ପାଖାପାଖି୧୨ଟା ସମୟରେ ସିନାପାଲି ବ୍ରୀଜରୁ ପ୍ରେମିକାକୁ ତଳକୁ ଠେଲିଦେଇ ଚମ୍ପଟ ମାରିଥିଲା ପ୍ରେମିକ।

ତେବେ ଯୁବତୀ ଜଣକ ପହଁରା ଜାଣିଥିବାରୁ ସୋଭାଗ୍ୟବଶତଃ ବଞ୍ଚିଯାଇଥିଲେ। ଯୁବତୀ ଜଣକ ନିକଟ ଗାଁକୁ ଯାଇ ସବୁ ବିଷୟରେ ଜଣାଇଥିଲେ। ଏନେଇ ଗାଁ ଲୋକ ଯୁବତୀଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ଯୁବତୀଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଛି କେ ଗାଁ ପୁଲିସ୍। ଯୁବତୀର ପୁଲିସ ଓ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ କରାଯାଇଛି ।

ଅପରପଟେ ଆଦିବାସୀ ଯୁବତୀଙ୍କୁ ଜଣେ ବିବାହିତ ଯୁବକର ପ୍ରେମ ଓ ପ୍ରତାରଣାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି କଳାହାଣ୍ଡି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ। ତେବେ ଘଟଣାର ୧୦ ଦିନ ପରେବି ପୋଲିସ ହାତ ଖାଲିଥିବାରୁ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦାବି ହୋଇଛି। ।

You might also like