ସ୍କୁଲ୍ ଯିବ ବୋଲି ଗାଧୋଇବାକୁ ଯାଇଥିଲା ପୁଅ; ଫେରିଲାନି

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ସ୍କୁଲ୍‌ ଯିବା ପାଇଁ ଗାଧୋଇବାକୁ ଯାଇଥିଲେ ୧୨ ବର୍ଷର ବାଳକ ଯୋଗେନ୍ଦ୍ର ବାଗ। କେନାଲ୍‌ ଭିତରେ ପଶି ଗାଧଉଥିଲେ। ଏପଟେ ଘର କାନ୍ଥରେ ଲାଗିଥିବା ଘଣ୍ଟାରେ ସମୟ ଗଡ଼ି ଚାଲିଥିଲା। ଧୀରେ ଧୀରେ ସ୍କୁଲ୍‌ ସମୟ ପାର୍‌ ହେବାରେ ଚିନ୍ତାରେ ପଡ଼ିଯାଇଥିଲେ ବାପା ଅଙ୍ଗଦ୍ ବାଗ। ସ୍କୁଲ୍‌ ସମୟ ପାର୍ ହେଲାଣି ହେଲେ ପୁଅ ଏଯାଏ ଆସିନି। କାଳେ ସାହି ଆଡ଼େ ଚାଲିଯାଇଥିବ ଭାବି ପୁଅକୁ ଖୋଜିବାକୁ ବାହାରି ପଡ଼ିଲେ ଅଙ୍ଗଦ। ଗାଁ, ଗଣ୍ଡା ଖୋଜିଲେ, କିନ୍ତୁ କେଉଁଠି ପୁଅର ପତ୍ତା ମିଳିଲା ନାହିଁ।

ଶେଷରେ କେନାଲ୍‌ ପାଖକୁ ଆସି ଖୋଜିଲା ବେଳକୁ ଯାହା ଦେଖିଲେ ସେଥିରେ ସେ ଅବାକ୍‌ ହୋଇଗଲେ। ପାଣିରେ ଭାସୁଛି ତାଙ୍କର ଏକମାତ୍ର ପୁଅ ଯୋଗେନ୍ଦ୍ରର ମୃତଦେହ। ପରେ ଖବର ପାଇ ଗାଁ ଲୋକ କେନାଲ୍ ପାଖରେ ପହଞ୍ଚି ଯୋଗେନ୍ଦ୍ରର ମୃତ ଦେହ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ କରୁଛି।

You might also like