ବିପଦରେ ପୁରୀ ଇନ୍ଦ୍ରଦ୍ୟୁମ୍ନ ପୋଖରୀ; ପାଚେରି ଭୁଶୁଡ଼ିଥିଲା, ଏବେ ରାସ୍ତା ଦବିଗଲା

ପୁରୀ: ବିପଦରେ ତୀର୍ଥକ୍ଷେତ୍ର ପୁରୀ। ଏଠାରେ ଥିବା ପର୍ଯ୍ୟଟନସ୍ଥଳୀ ଗୋଟିଏ ପରେ ଗୋଟିଏ ମାଟିରେ ମିଶିବାକୁ ଲାଗିଥିବାବେଳେ ଏହାର ସୁରକ୍ଷା ପ୍ରତି ଜିଲ୍ଲା ପ୍ରଶାସନର ନଜର ନାହିଁ। ପୁରୀରେ ଥିବା ପଞ୍ଚ ତୀର୍ଥ ମଧ୍ୟରୁ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଗୋଟିଏ। ହେଲେ ଏହି ପବିତ୍ର ପୁଷ୍କରିଣୀର ସ୍ଥିତି ଏବେ ବିପଦସଙ୍କୁଳ ଅବସ୍ଥାରେ।    

ତୀର୍ଥ ପୁଷ୍କରଣୀ ଇନ୍ଦ୍ରଦ୍ୟୁମ୍ନର ସୁରକ୍ଷା ପାଚେରି ନିକଟ ଦେଇ ଯାଇଥିବା ରାସ୍ତା ଗତ ରାତିରେ ଦବି ଯାଇଛି। । ଏହି ରାସ୍ତାରେ ମଧ୍ୟରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ରାସ୍ତା ଏପରି ବିପଦସଙ୍କୁଳ ହୋଇ ପଡ଼ିଛି ଯେ,  ଯିବା ଆସିବା କରିବାକୁ ଲୋକେ ଡରୁଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରାୟ ଦେଢ ବର୍ଷ ତଳେ ପାଚେରୀର କିଛି ଅଂଶ ଭୁଶୁଡି ପଡ଼ିଥିଲା। ଶ୍ରୀମନ୍ଦିର ପ୍ରଶାସନ ଜାଣିବା ପରେ ତୁରନ୍ତ ବାଲିବସ୍ତା ପକାଇ ଏହାର ମରାମତି କରିଥିଲେ। ହେଲେ ତା ପରେ ଏହାର ସ୍ଥାୟୀ ମରାମତି କଥା ଭୁଲିଗଲେ। ଏବେ ଏହି ରାସ୍ତା ଅବସ୍ଥା ବହୁତ ଖରାପ ହୋଇ ଗଲାଣି। ରାସ୍ତା ଦବି ଯିବା ସହ ସ୍ୱରେଜ ପାଇପ୍‌ ଫାଟି ମଇଳା ପାଣି ପୁଷ୍କରିଣୀରେ ପଶୁଛି।

ରାସ୍ତା ଉପରେ ଅପରିଷ୍କାର ପାଣି ଜମି ରହିଥିବାରୁ ଛୋଟ ଛୋଟ ପିଲା ଇନ୍ଦ୍ରଦ୍ୟୁମ୍ନ ପାଚେରି ଉପରେ ଚଢି ଯିବା ଆସିବା କରୁଛନ୍ତି। ତେବେ ଗତ ରାତିରେ ରାସ୍ତାର ଯେଉଁ ଅଂଶ ଦବି ଯାଇଛି ତାହା ଯେ କୌଣସି ସମୟରେ ଭୁଶୁଡି ପଡ଼ିବାର ଆଶଙ୍କା ରହିଥିବାରୁ   ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

You might also like