• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ବୌଦ୍ଧ: ବୌଦ୍ଧ ଡେପୁଟୀ କଲେକ୍ଟର ଶରତ ବାଗ ଗିରଫ। ପତ୍ନୀ ନିର୍ଯାତନା ଅଭିଯୋଗରେ ଶରତ ବାଗଙ୍କୁ ଗିରଫ କରିଛି ଝାରସୁଗୁଡ଼ା ଟାଉନ ଥାନା ପୋଲିସ। ବିଟିଏମ୍ ଫାଣ୍ଡିରେ ରଖି ଡେପୁଟୀ କଲେକ୍ଟରଙ୍କୁ ପଚରାଉଚରା କରୁଛି ପୋଲିସ୍।

ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଶରତ ବାଗ ନିଜ ସଂପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। କୌଣସି କାମରେ ଝାରସୁଗୁଡ଼ା ଯାଇଥିବା ସମୟରେ ଶରତ ବାଗଙ୍କ ପତ୍ନୀ ତାଙ୍କ ପିଛା କରିଥିଲେ।

ସେଠାରେ ପତି ପତ୍ନୀଙ୍କ ବଚସା ହୋଇଥିଲା, ପରେ ସଂପର୍କୀୟଙ୍କ ସହ ମିଶି ମାଡ଼ ମାରିଥିବା ନେଇ ପତ୍ନୀଙ୍କ ପକ୍ଷରୁ ବିଟିଏମ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ପୋଲିସ ଆଇପିସି ଧାରା ୩୨୩, ୨୯୪, ୫୦୬, ୩୭୯, ୩୪ ଦଫାରେ ମାମଲା ରୁଜୁ କରିଛି।

ପୂର୍ବରୁ ଶରତ ବାଗ ବଲାଙ୍ଗିରରେ ଅବସ୍ଥାପିତ ଥିବା ବେଳେ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ଏକ ମାମଲା କୋର୍ଟରେ ବିଚାରାଧୀନ ରହିଛି। ସେପଟେ ଏନେଇ ବୌଦ୍ଧ ଜିଲ୍ଲାର ଡେପୁଟୀ କଲେକ୍ଟର ଶରତ ବାଗ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି।

Boudh-deputy-collector-sarat-bag-arrested-by-jharsuguda-town-police-on-charges-of-torturing-his-wife
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories