ଉଭୟ ମୋଦି ଓ ନବୀନ ଓଡ଼ିଶାର ଜନସାଧାରଣଙ୍କୁ ପ୍ରତାରିତ କରିଛନ୍ତି: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଜଗନ୍ନାଥ କହି ଓଡ଼ିଶାବାସୀଙ୍କୁ ଭୂତେଇବାକୁ ଚେଷ୍ଟା କରିଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଏହାସହ ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ୯୯ଟି ପ୍ରକଳ୍ପରୁ ୭୪ଟି ପ୍ରକଳ୍ପର କାମ ଆରମ୍ଭ ହୋଇନାହିଁ। ଗତବର୍ଷ ଅପେକ୍ଷା ଏ ବର୍ଷ କେନ୍ଦ୍ରର ସହାୟତା ରାଶି କମିଛି। ମିଥ୍ୟା ପ୍ରତିଶ୍ରୁତି ଦେବା ମୋଦିଙ୍କ ଅଭ୍ୟାସ ବୋଲି ନିରଞ୍ଜନ ଆରୋପ ଲଗାଇଛନ୍ତି।

ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାର ଲୋକଙ୍କୁ ପ୍ରତାରିତ କରିଛନ୍ତି ବୋଲି ନିରଞ୍ଜନ କହିଛନ୍ତି। ଦୁହେଁ ଓଡ଼ିଶାବାସୀଙ୍କୁ ବୁଦ୍ଦୁ ଭାବୁଛନ୍ତି। ହେଲେ ଓଡ଼ିଶାବାସୀ ସବୁ ଜାଣନ୍ତି ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଗତକାଲିର ମୋଦିଙ୍କ ଭାଷଣରୁ ବିଜେପି ବିଜେଡି କୋଳାକୋଳି ପ୍ରମାଣିତ ହୋଇଛି। MSP ପ୍ରସଙ୍ଗରେ ଯାଇଥିବା ବିଧାନସଭା ଗୃହ କମିଟିକୁ ଭେଟିବାକୁ ସମୟ ଦେଲେନାହିଁ ମୋଦି। ହେଲେ ଏଠାକୁ ଆସି ଚାଷୀଙ୍କ ବିକାଶ କଥା କହିବା ହାସ୍ୟାସ୍ପଦ ବୋଲି ନିରଞ୍ଜନ କହିଛନ୍ତି।

ବିଜେପି ନବୀନଙ୍କ ଦୋଷ ଘୋଡ଼ାଉଥିବା ବେଳେ ନବୀନ ମୋଦିଙ୍କ ଭୁଲ୍ ଲୁଚାଉଛନ୍ତି ବୋଲି ନିରଞ୍ଜନ କହିଛନ୍ତି। ସେହିପରି ବିଜେଡି ସାଂସଦ ଓ ବିଧାୟକ ମାସକର ଦରମା ଦେବା କେବଳ ଲୋକ ଦେଖାଣିଆ ବୋଲି ସେ କହିଛନ୍ତି।

ତେବେ ନିରଞ୍ଜନଙ୍କ କଥା ଉପରେ ବିଜେଡି ପ୍ରତିକ୍ରିୟା ରଖିଛି। ବିଜେଡି ସାଂସଦ ପ୍ରତାପ ଦେବ କହିଛନ୍ତି, କଂଗ୍ରେସ ପାଖରେ ବିଜେଡି ଜବାବଦାରୀ ନୁହଁ।

You might also like