ଦିଆସିଲି କାଠିରେ ‘ବର୍ଡର ଗାଭାସ୍କର ଟ୍ରଫି’
ଭୁବନେଶ୍ୱର: ୧୭ ବର୍ଷୀୟ କଲେଜ ଛାତ୍ରଙ୍କ କମାଲ। ଦିଆସିଲି କାଠିରେ ତିଆରି କଲେ ‘ବର୍ଡର ଗାଭାସ୍କର ଟ୍ରଫି’। ସେ ହେଲେ ଯୁକ୍ତତିନିରେ ପଢୁଥିବା ପୁରୀ କୁମ୍ଭାରପଡ଼ାର ଶାଶ୍ୱତ ରଂଜନ। ସଂପୂର୍ଣ୍ଣ ଦିଆସିଲି କାଠିରେ ତିଆରି ଏହି ଟ୍ରଫିର ଉଚ୍ଚତା ୨୩ ଇଞ୍ଚ୍ ଓ ଗୋଲେଇ ୯ ଇଞ୍ଚ୍। ସୂଚନାଯୋଗ୍ୟ ଯେ ବର୍ଡର ଗାଭାସ୍କର ଟ୍ରଫି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥାଏ। କିମ୍ବଦନ୍ତୀ କ୍ରିକେଟର ଆଲାନ୍ ବର୍ଡର ଓ ସୁନୀଲ ଗାଭାସ୍କରଙ୍କ ନାମରେ ଏହା ନାମିତ।